କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣା : ପଞ୍ଜାବ ଡିଜିପି କହିଲେ, ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଝଗଡାକୁ ନେଇ ହୋଇଛି ହତ୍ୟାକାଣ୍ଡ

197

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ହେବ ଏସଆଇଟି ତଦନ୍ତ । ପଞ୍ଜାବ ଡିଜିପି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜିପିି କହିଛନ୍ତି, ଏହା ହେଉଛି ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଝଗଡାର କାରଣ । କଣ୍ଠଶିଳ୍ପୀ ସିଦ୍ଧୁଙ୍କ ମ୍ୟାନେଜର ସଗନ ପ୍ରିତଙ୍କ ନାଁ ଭିକୁ ମର୍ଡର କେଶରେ ଥିଲା । ସେ ଏବେ ଅଷ୍ଟ୍ରେଲିଆ ପଳାଇ ଯାଇଛନ୍ତି । ତାର ପ୍ରତିଶୋଧ ନେବାକୁ ଯାଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏଭଳି ହତ୍ୟା କରିଛି ।

ଏବଂ କାନାଡାରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ଲକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି ବୋଲି ଡିଜିପି କହିଛନ୍ତି । ଏହି ଗୁଳିକାଣ୍ଡରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ସିଦ୍ଧୁ ଏବଂ ତାଙ୍କର ଦୁଇ ସାଙ୍ଗ ପଞ୍ଜାବର ନିଜ ଗାଁକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପଞ୍ଜାବ ସରକାର ମୁସ୍ୱୋଲାଙ୍କ ସମେତ ୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି ।

ପଞ୍ଜାବରେ ସିଦ୍ଧୁ ବେଶ୍ ଲୋକପ୍ରିୟ ସିଙ୍ଗର । ସିଦ୍ଧୁ ମୁସେୱାଲା ଗତ ବିଧାନସଭା ନିର୍ବାଚନରେ ମନସାରୁ କଂଗ୍ରେସ ଟିକେଟରେ ଲଢି ହାରି ଯାଇଥିଲେ । ଘଟଣାକୁ ନେଇ ଉଭୟ ବିଜେପି ଏବଂ କଂଗେସ ପଞ୍ଜାବ ସରକାରଙ୍କୁ ଟାଗେର୍ଟ କରିଛନ୍ତି । ରାଜ୍ୟରେ ଆଇନଶୃଖଳା ବିପର୍ଯ୍ୟସ୍ତ ହୋଇଥିବା ସେମାନେ ଅଭିିଯୋଗ କରିଛନ୍ତି ।