ଢେଙ୍କାନାଳ ଶ୍ୟାମାଚରଣପୁରରେ ସିରିଜ ଲୁଟ୍: ୩ ଘଂଟାରେ ୭ଟି ଦୋକାନରୁ ବୁଲାଇଲେ କଳାକନା

70

କନକ ବ୍ୟୁରୋ: ଢେଙ୍କାନାଳ ଶ୍ୟାମାଚରଣପୁର ଠାରେ ସିରିଜ ଲୁଟ୍ । ଲେବଲ କ୍ରସିଂ ଛକ ଠାରେ ଥିବା ୭ଟି ଦୋକାନରୁ ସିରିଜ ଲୁଟ୍ ହୋଇଛି । ଗୋଟିଏ ମିଠା ଦୋକାନ, ୨ଟି ଫଳ ଦୋକାନ, ଚିକେନ୍ ଦୋକାନ, ମୋବାଇଲ, ଗ୍ରୋସରୀ ଦୋକାନର ସଟର ତାଡ଼ି ଲୁଟ୍ କରିଛନ୍ତି ଲୁଟେରା । ପାଠାପାଖି ୫୦ ହଜାର ଟଙ୍କା, ମିଠା, ଫଳ, ଅଣ୍ଡା, ମୋବାଇଲ ଲୁଟ୍ କରିଛନ୍ତି ଲୁଟେରା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।