ବିଧାନସଭା ପରେ ରାଜରାସ୍ତା : ଉଚ୍ଚଶିକ୍ଷାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଏସସି/ଏସଟି କ୍ରିୟାନୁଷ୍ଠାନ କମିଟି

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ପରେ ଏବେ ରାଜରାସ୍ତାରେ ବିକ୍ଷୋଭ । ଉଚ୍ଚଶିକ୍ଷାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ଆନ୍ଦୋଳନ କରୁଛି ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି । ବିଧାନସଭା ଗୃହରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ରାଜରାସ୍ତାରେ ପହଂଚିଛି । ଗତ କିଛିଦିନ ଧରି ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରୁଛନ୍ତି ବିଧାୟକ । ଏହାର ସମର୍ଥନରେ ଆଜିି ରାଜରାସ୍ତାକୁ ଓହ୍ଲାଇଛି ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି । ସରକାରଙ୍କ ପାଖରେ ବାରମ୍ବାର ଦାବି କରିବା ସତ୍ୱେ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଉନଥିବା ଅଭିଯୋଗ କରିଛି କମିଟି । ଏହା ଦଳିତଙ୍କ ପ୍ରତି ଅପମାନ । ଆଗକୁ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।