କିଡନୀ ଦେଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲା ସ୍ତ୍ରୀ: ସେପଟେ ଆସିଲା ଆଦିବାସୀ ଅଂଚଳରୁ ସତ୍ୟବାନର କାହାଣୀ

141

କନକ ବ୍ୟୁରୋ: ସାବିତ୍ରୀ ବ୍ରତ ଅବସରରେ ଦୁଇଟି ଭିନ୍ନ ଚିତ୍ର ଆମେ ଆପଣମାନଙ୍କୁ ଦେଖାଇବୁ । ଜଣେ ୨୦ ବର୍ଷ ହେଲା ଦିବ୍ୟାଙ୍ଗ ସ୍ତ୍ରୀର ସେବା କରୁଥିବା ବେଳେ ଅନ୍ୟ ଜଣେ ଫୁସଫୁସ୍ ସଂକ୍ରମଣର ଶିକାର ହୋଇଥିବା ସ୍ୱାମୀଙ୍କ ଜୀବନ ଭିକ୍ଷା କରୁଛନ୍ତି । କଟକ ଫିରିଙ୍ଗିବଜାର ଅଂଚଳରେ ରହୁଥିବା ରଜନୀକାନ୍ତ ମହାନ୍ତି ଫୁସଫୁସ୍ ସଂକ୍ରମଣର ଶିକାର ହୋଇ ଘରେ ଶଯ୍ୟାଶୟୀ । ତାଙ୍କର ଦୁଇଟିଯାକ ଫୁସଫୁସ ନଷ୍ଟ ହୋଇଯାଇଥିବା ବେଳେ ଦୁଇଟି ଯାକ ଫୁସଫୁସ୍ ପ୍ରତିରାପଣ ପାଇଁ କହିଛନ୍ତି ଡାକ୍ତର । ଏଥିପାଇଁ ଏକ କୋଟିରୁ ଅଧିକ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପାଖରେ ସମ୍ଭବ ନୁହେଁ । ତେଣୁ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା କରିବାକୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ସ୍ତ୍ରୀ । ସନ୍ତୋଷୀଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ ୯୮୫୩୩୪୦୭୫୦ ନମ୍ବରରେ ଯୋଗଯୋଗ କରିପାରିବେ ।

ଏଠି ସାବିତ୍ରୀ ନୁହେଁ ବରଂ ସତ୍ୟବାନ ନିଜ ସ୍ତ୍ରୀର ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି । ମାଲକାନଗିରି ମାଥିଲି ଆମ୍ବଗୁଡା ପଂଚାୟତ ସଦରରେ ରହୁନ୍ତି ଚନ୍ଦ୍ର ହନ୍ତାଳ ଓ ତାଙ୍କ ଧର୍ମପତ୍ନୀ ମୁକ୍ତା । ବୟସ ୫୦ ଟପିଲାଣି । ଏପଟେ ମୁକ୍ତା ୨୦ ବର୍ଷ ହେବ କୈଣସି କାରଣ ରୁ ମାନସିକ ଅସୁସ୍ଥ ଅଛନ୍ତି । ଗୁମସୁମ ରହୁଥିବା ମୁକ୍ତାର ସମସ୍ତ ଦାୟିତ୍ୱ ନେଉଛନ୍ତି ସ୍ୱାମୀ ଚନ୍ଦ୍ର । ସ୍ତ୍ରୀକୁ ଖୁଆଇଦେବା, ମୁଣ୍ଡ କୁଣ୍ଡେଇବା, ମେଡ଼ିସିନ ଦେବା, ଗାଧୋଇବା ଓ ଶୌଚ କରାଇବା ଭଳି ସମସ୍ତ ଯତ୍ନ ନେଉଛନ୍ତି । ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ଚନ୍ଦ୍ର ସ୍ତ୍ରୀକୁ ବହୁ ସ୍ୱାସ୍ଥ୍ୟକେନ୍ଦ୍ର ନେଲେଣି ତଥାପି ମୁକ୍ତା ଠିକ ହୋଇପାରୁନାହାନ୍ତି ।