ଶର୍ମିଷ୍ଠାଙ୍କୁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା : ସମସ୍ତ ଅଭିଯୁକ୍ତଙ୍କ ହେବ ବୟାନ ରେକର୍ଡ଼; ଆବଶ୍ୟକ ପଡ଼ିଲେ ହୋଇପାରେ ସିନ୍ ରିକ୍ରଏସନ୍

98

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠା ସାହୁଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କର ବୟାନ ରେକର୍ଡ଼ କରିବ କ୍ରାଇମବ୍ରାଂଚ । ଆବଶ୍ୟକ ପଡ଼ିଲେ ସିନ୍ ରିକ୍ରଏସନ୍ ସହ ଲାଏ ଡ଼ିଟେକ୍ସନ୍ ଟେଷ୍ଟ ମଧ୍ୟ କରିପାରେ କ୍ରାଇମବ୍ରାଂଚ । ପରସ୍ପର ମଧ୍ୟରେ କ’ଣ ସମ୍ପର୍କ ରହିଛି ପଚରା ଉଚରା କରିବା ସହିତ ଘଟଣା ସହ ଅଭିଯୁକ୍ତଙ୍କ ସମ୍ପର୍କ କ’ଣ ସେନେଇ ଜେରା କରାଯିବ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି ସଂଜିବ ପଣ୍ଡା । ଆଜି କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ଶର୍ମିଷ୍ଠା ରାଉତଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ ।

ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କୁ ଭଦ୍ରକ ଉପକାରାଗାରରୁ କଟକ ଅଣାଯାଇଛି । କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ସମସ୍ତଙ୍କୁ ଜେରା କରୁଛି କ୍ରାଇମବ୍ରାଂଚ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ ଓ ଗିରଫ ହୋଇଥିବା ଶର୍ମିଷ୍ଠାଙ୍କ ଆଉ ଜଣେ ସହଯୋଗୀ ଝୁନା ଭୋଇଙ୍କୁ ବି ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଂଚ ।