ଅଲଗା ହୋଇଯିବେ କି ଷ୍ଟାର ଦମ୍ପତ୍ତି ସାନିଆ ମିର୍ଜା ଓ ଶୋଏବ୍ ମଲିକ ? ଦୁହିଁଙ୍କ ଦାମ୍ପତ୍ତ୍ୟ ଜୀବନରେ ଫାଟ ନେଇ ଚର୍ଚ୍ଚା

4,030

କନକ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା । ଦୁହେଁ ଖେଳ ଜଗତର ଦୁଇ ତାରକା । ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ପୂର୍ବରୁ ବେଶ୍ ଚର୍ଚ୍ଚା ହୋଇଥିବାବେଳେ ଏବେ ଏମାନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ୨୦୧୮ରେ ଦୁହେଁ ପୁତ୍ର ସନ୍ତାନ ଲାଭ କରିବାର ସୌଭାଗ୍ୟ ପାଇଥିଲେ ।ହେଲେ ଏବେ ଏହି ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ଜୀବନରେ ଫାଟ ନେଇ ଚର୍ଚ୍ଚା ହେଉଛି ।

ଗଣମାଧ୍ୟମର ସୂଚନା ମୁତାବକ, ଖୁବଶୀଘ୍ର ସାନିଆ –ଶୋଏବ ଅଲଗା ହେବାକୁ ଯାଉଛନ୍ତି । ନିକଟରେ ସାନିଆ ନିଜ ଇନଷ୍ଟାଗ୍ରାମରେ ପୁଅ ଇଜହାନ୍ ସହ ନିଜର ଏକ ଫଟୋ ସେୟାର କରିଥିଲେ । ଆଗକୁ ତାଙ୍କୁ କଠିନ ଦିନର ସାମ୍ନା କରିବାକୁ ପଡିବ ବୋଲି ମଧ୍ୟ ଲେଖିଥିଲେ ।

ଆଉ ଏକ ଘଟଣା ହେଉଛି ସାନିଆଙ୍କ ପୁଅର ଇଜହାନର ଜନ୍ମଦିନକୁ ନେଇ । ଦୁହେଁ ସାନିଆ ଓ ଶୋଏବ ଏକାଠି ହୋଇ ପୁଅର ଜନ୍ମଦିନ ପାଳନ କରିଥିଲେ । ଶୋଏବ ସୋସିଆଲ ମିଡିଆରେ ଫଟୋ ଗୁଡିକୁ ସେୟାର କରଇଥିଲେ ବି ସାନିଆ କିନ୍ତୁ କରିନଥିଲେ ।ତେଣୁ ଦୁହିଁଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ହୋଇଥିବା ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚାହେଉଥିଲେ ବି ଏନେଇ ସନେିଆ କିନ୍ତୁ ଏଯାଏଁ ମୁହଁ ଖୋଲିନାହାଁନ୍ତି ।