ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତାଲିକାରେ ରହିଛି କେଉଁ ପରିବାରର ନାଁ ?

124

କନକ ବ୍ୟୁରୋ : ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତେବେ ଏହି ତାଲିକାରେ ରହିଛି କେଉଁ ପରିବାରର ନାଁ  ।

ପିପିଲି
ପ୍ରଦୀପ ମହାରଥୀ/ରୁଦ୍ର ମହାରଥୀ
– ରାଜ୍ୟ ରାଜନୀତିରେ ଉପନିର୍ବାଚନରେ ଏକ ଧାରା ଦେଖିବାକୁ ମିଳିଛି
– ବିଧାୟକଙ୍କ ଦେହାନ୍ତ ପରେ ପ୍ରାର୍ଥୀ ଚୟନରେ ପରିବାରକୁ ମିଳିଛି ଗୁରୁତ୍ୱ
– ପିପିଲିରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ
– ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର

ତିର୍ତ୍ତୋଲ
ବିଷ୍ଣୁ ଦାସ/ ବିଜୟ ଶଙ୍କର ଦାସ
– ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ
– ବିଜୟ ଶଙ୍କର ଦାସଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରିଥିଲା ବିଜେଡି
– ବିଜେପିର ରାଜକିଶୋର ଦାସଙ୍କୁ ହରାଇଥିଲେ ବିଜୟଶଙ୍କର

ବାଲେଶ୍ୱର
ମଦନ ମୋହନ ଦତ/ମାନସ କୁମାର ଦତ
– ୨୦୧୯ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ ମଦନମୋହନ
– ତାଙ୍କର ଦେହାନ୍ତ ପରେ ୨୦୨୦ରେ ବାଲେଶ୍ୱରରେ ହେଲା ଉପନିର୍ବାଚନ
– ମଦନମୋହନଙ୍କ ପୁଅ ମାନସ ଦତଙ୍କୁ ମୈଦାନକୁ ଓହ୍ଲାଇ ଥିଲା ବିଜପି
– ହେଲେ ସେ ବିଜେଡିର ସ୍ୱରୂପ ଦାସଙ୍କଠାରୁ ହାରି ଯାଇଥିଲେ
– ବିଜେଡି ରଣନୀତି ଆଗରେ କାମ ଦେଲାନି ବିଜେପିର ସମବେଦନା କାର୍ଡ

ବିଜେପୁର
ସୁବଳ ସାହୁ/ ରୀତା ସାହୁ
– କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଲଢିଥିଲେ ପତ୍ନୀ
– ୨୦୧୮ରେ ପତ୍ନୀ ରୀତା ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି
– କଂଗ୍ରେସ ଗଡରେ ସିମ୍ପାଥି ଭୋଟ୍ ପାଇ ବିଜେଡିକୁ ବିଜୟ ଭେଟିଦେଲେ ରୀତା
– ୨୦୧୯ ସାଧାରଣ ନିର୍ବାଚନରେ ଏଠାରୁ ଲଢି ବିଜୟୀ ହୋଇଥିଲେ ନବୀନ
– ଦୁଇଟି ଆସନରୁ ଜିତିଥିବାରୁ ବିଜେପୁର ଆସନ ରୀତାଙ୍କୁ ଛାଡିଦେଲେ
– ପୁଣି ଉପନିର୍ବାଚନରେ ବିଜେପିର ସନତ ଗଡତିଆଙ୍କୁ ହରାଇ ଜିତିଲେ ରୀତା

ବ୍ରଜରାଜନଗର
କିଶୋର ମହାନ୍ତି/ ଅଳକା ମହାନ୍ତି
– ବ୍ରଜରାଜନଗରରେ ମଧ୍ୟ ବିଜେଡିକୁ ମିଳିଥିଲା ସମବେଦନା ଭୋଟ୍
– କିଶୋର ମହାନ୍ତିଙ୍କ ବିୟୋଗ ପରେ ପତ୍ନୀ ଅଳକା ମହାନ୍ତି ହୋଇଥିଲେ ପ୍ରାର୍ଥୀ
– କଂଗ୍ରେସର କିଶୋର ପଟେଲଙ୍କୁ ହରାଇ ବିଜୟୀ ହୋଇଥିଲେ ଅଳକା

ପାଟକୁରା
ବେଦ ପ୍ରକାଶ ଅଗ୍ରୱାଲ/ ସାବିତ୍ରୀ ଅଗ୍ରୱାଲ
– ସାଧାରଣ ନିର୍ବାଚନ ସମୟରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ନିଧନ ହୋଇଥିଲା
– ପାଟକୁରାରେ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡିି ମୈଦାନକୁ ଓହ୍ଲାଇଲା
– ବିଜୟ ମହାପାତ୍ରଙ୍କ ବାଟ ଓଗାଳିବାରେ ସମର୍ଥ ହୋଇଥିଲେ ସାବିତ୍ରୀ ଅଗ୍ରୱାଲ