ମୁସଲିମ ଦେଶରେ ସର୍ବପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର । ନିର୍ମାଣ ଶୈଳୀ ଦେଖି ଭାବବିହ୍ୱଳ ହେଲେ  ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ।

629

କନକ ବ୍ୟୁରୋ:  କୌଣସି ସ୍ୱପ୍ନରୁ ଊଣା ନୁହେଁ ,କୌଣସି ଚମିକ୍ରାରରୁ କମ୍ ନୁହେଁ । ମୁସିଲିମ ଦେଶରେ ଭାରତର ସାଂସ୍କୃତିକ ଶକ୍ତିର ପରାକାଷ୍ଠା ,ଯାହା ସାରା ବିଶ୍ୱରେ ପ୍ରତିପାଦିତ ହେଉଛି । ସବୁଠାରୁ ଧନୀକ ମୁସଲିମ୍ ଧନୀ ଦେଶ ଭାବେ ଜଣାଶୁଣା ୟୁନାଇଟେଡ୍ ଆରବ ଏମିରେଟରେ ଗଢିଉଠିଛି ସବୁଠାରୁ ବଡ ହିନ୍ଦୁ ମନ୍ଦିର । ସମ୍ପୂର୍ଣ୍ଣ ଭାରତୀୟ କଳାକୌଶଳରେ ନିର୍ମିତ ଏହି ମନ୍ଦିର ଉପରେ ଏବେ ସାରା ବିଶ୍ୱର ନଜର । ନିକଟରେ ଦୁବାଇ ଗସ୍ତରେ ଥିବା ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ମନ୍ଦରକୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ।

କଳ୍ପନା ବି ସତ ହୋଇପାରେ । ଏହାକୁ ପ୍ରମାଣ କରିଛି ଆବୁଧାବୀରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିର । କାରଣ ସବୁବେଳେ ଆକାଶଛୁଅାଁ ଅଟ୍ଟାଳିକା ପାଇଁ ପ୍ରସିଦ୍ଧ ଆରବ ଦେଶରେ ଆଉ ଏକ ରେକର୍ଡ ଯୋଡି ହେବାକୁ ଯାଉଛି । କାରଣ ଆରବ ଏମିରେଟ୍ସର ଆବୁଧାବିରେ ଏପରି ଏକ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଛି ଯାହା ହିନ୍ଦୁତ୍ୱକୁ ପ୍ରତିଷ୍ଠା କରିଛି । ଆବୁଧାବିଠାରୁ ୩୦ ମିଟର ଦୂରତାରେ ଥିବା ଆବୁ ମୁରେଖା ଠାରେ ନିର୍ମାଣ ହୋଇଛି ଏହି ଭବ୍ୟ ହିନ୍ଦୁ ମନ୍ଦିର ।

ଆପଣ ଭାବୁଥିବେ ଏହା ଦୁବାଇରେ ନହୋଇ ଆବୁଧାବୀରେ କାହିଁକି ନିର୍ମାଣ ହେଲା । ଆବୁଧାବୀ ସଂଯୁକ୍ତ ଆରବ ଏମିରେଟର ରାଜଧାନୀ  । ୟୁଏଇରେ ପାଖାପାଖି ୩୩ ଲକ୍ଷ ଭାରତୀୟ ରହୁଛନ୍ତିି ଯାହା ସେଠିକାର ଲୋକସଂଖ୍ୟାର ୩୦ ପ୍ରତିଶତ । ଏହାସତ୍ତେ୍ୱ ଆବୁଧାବୀରେ କୌଣସି ହିନ୍ଦୁ ମନ୍ଦିର ନଥିବାରୁ ଏଠାରେ ହିନ୍ଦୁମାନଙ୍କର ପୂଜାପାଠ ପାଇଁ ହେଉ ବା ବିବାହ ବ୍ରତ ପାଇଁ କୌଣସି ମନ୍ଦିର ନଥିଲା । ଏହାକୁ ଦୃଷ୍ଟିରେ ରଖି ୟୁଏଇର ସରକାର ଏହି ହିନ୍ଦୁ ମନ୍ଦିର ପାଇଁ ଜାଗା ଦେବାକୁ ନିଷ୍ପତ୍ତି ନେଲେ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ ସେଠିକାର ବଡ ବଡ ବ୍ୟବସାୟୀ । ଏହାର ନିର୍ମାଣ ଦାୟିତ୍ୱରେ ରହିଛି ବୋଚାନୱାସି ଅକ୍ସର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା । ଏହା ଦେଖିବାକୁ ଅବିକଳ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଭଳି ।

ଏହି ମନ୍ଦିରର ନିର୍ମାଣ ଶୈଳୀ ଅତି ରୋଚକ । ଏହାର ନିର୍ମାଣରେ କୌଣସି ଲୁହାଛଡ ବ୍ୟବହାର କରାଯିବନି । ଏହା କେବଳ ପଥରରେ ତିଆରି ୟୁଏଇର ପ୍ରଥମ ପାରମ୍ପରିକ ମନ୍ଦିର । ଭାରତୀୟ ପୁରରାଣ ଶାସ୍ତ୍ର ଆଧାରରେ ନିର୍ମିତ ଏହି ମନ୍ଦିରର ଚାରିପଟେ ରହିଛି ହିନ୍ଦୁ ଦେବାଦେବୀଙ୍କର ଛବି  । ଏହି ମନ୍ଦିର ୧୦୦୦ ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହିବ । ଏହାର ନିର୍ମାଣ କାର୍ଯ୍ୟରେ କେବଳ ରାଜସ୍ଥାନର ଗୋଲାପୀ ବଲୁଆ ପଥର ଓ ଇଟାଲୀ ମାସିଡୋନିଆର ମାର୍ବଲ ବ୍ୟବହାର ହୋଇଛି । ଏହାକୁ ଅତି ମନୋରମ ଭାବେ ଗଢି ତୋଳିବାକୁ ଏକନିଷ୍ଠ ଭାବେ ଲାଗିଛନ୍ତି ଭାରତୀୟ ସ୍ଥପତି । ୮୭ ଏକର ଜମି ଉପରେ ତିଆରି ହୋଇଥିବା  ହିନ୍ଦୁ ମନ୍ଦିର ପାଇଁ ଖର୍ଚ୍ଚ ହୋଇଛି ୯୦୦ କୋଟି ଟଙ୍କା ।

ଆପଣ ଜାଣିଛନ୍ତି କି, ମନ୍ଦିରର ନିର୍ମାଣରେ ରାଜସ୍ଥାନର ବଲୁଆ ପଥର ବ୍ୟବହାର ପଛର କାରଣ । ଏହି ପଥରରେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରା ସହ୍ୟ କରିବାର କ୍ଷମତା ରହିଛି । ୟୁଏଇରେ ଦିନବେଳା ପ୍ରଚଣ୍ଡ ଖରା ହେଉଥିବାରୁ ଏହି ପଥରର ବ୍ୟବହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ମନ୍ଦିରରେ ହିନ୍ଦୁ ଦେବତାଙ୍କର ମନୋରମ ମୂର୍ତ୍ତି ସ୍ଥାପନ କରାଯାଇଛି । ମନ୍ଦିରରେ ଶ୍ରୀବିଷ୍ଣୁ, ମହାଦେବ ଶିବ ଓ ଆୟାପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି । ୨୦୨୩ ସୁଦ୍ଧା ଏହାର ପାଶ୍ୱର୍ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଜନସାଧାରଣଙ୍କ ପାଇଁ ଖୋଲାଯିବ । ମନ୍ଦିରର ଚାରିପଟର ଶୋଭା ମଧ୍ୟ ଅବର୍ଣ୍ଣନୀୟ ସୁନ୍ଦର ବଗିଚା ସାଙ୍ଗକୁ ୱାଟରଫ୍ରଣ୍ଟ ରହିବ । ଏହାସହ ଏକ ବିସ୍ତୀର୍ଣ୍ଣ ପ୍ରାର୍ଥନା ଗୃହ ସହ ବାହାରେ ରହିବ ପିଲାଙ୍କ ପାଇଁ ପାର୍କ ଓ ମାର୍କେଟ କମ୍ପେ୍ଲକ୍ସ ।

ମାର୍ଚ୍ଚ ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମୋଡରେ ଏହାର ଶୀଳାନ୍ୟାସ କରିଥିବାବେଳେ ୨୦୨୩ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ।