ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ୨୧ଟି ମୋବାଇଲ, ସୁନା ମୁଦି ଓ ଟଙ୍କା ସହ ମାରଣାସ୍ତ୍ର ଜବତ

89

କନକ ବ୍ୟୁରୋ: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଆଜି ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ୭ ଲୁଟେରାଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ ଅନ୍ୟ ଜଣେ ଓୟୋ ହୋଟେଲର ମ୍ୟାନେଜର । ଗିରଫ ବେଳେ ଲୁଟେରାଙ୍କ ପାଖରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ପୁଲିସ ।

ଏମାନେ ମୁଖ୍ୟତଃ ରାତିରେ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ନିକଟରେ ନୟାପଲ୍ଲୀ ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏହି ଲୁଟେରା ଗ୍ୟାଙ୍ଗ ବୋଲି ଜଣାପଡିଛି । ଏହି ଲୁଟେରାଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୧୮ଟି ଲୁଟ୍ ମାମଲା ରହିଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ।