ଗୁଜୁରାଟ ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ।

255

କନକ ବ୍ୟୁରୋ: ଗୁଜରାଟରେ ମୋର୍ବିରେ ଝୁଲା ଫୋଲ ଛିଡିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୩୨ କୁ ବୃଦ୍ଧି ପାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ବୋଳି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ୫୦ରୁ ଅଧିକ ଲୋକଙ୍କ ପତା ମିଳୁନି ।

ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାତି ସାରା ୨୦୦ରୁ ଅଧିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ରେଂଜ ଆଇଜିପିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରୁଛି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ ଲକ୍ଷ ଲେଖାଏଁ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଥିଲେ । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ । ଏହି ସମୟରେ ହଠାତ୍ ପୋଲଟି ଭୁଶୁଡିଯାଇଥିଲା ।

ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥା ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଝୁଲା ପୋଲଟି ୭ ମାସ ହେବ ବନ୍ଦ ରହିଥିଲା । ମରାମତି ହେବା ପରେ ୩ ଦିନ ତଳେ ଲୋକଙ୍କ ପାଇଁ ଖୋଲାଯାଇଥିଲା ।