‘ଇ-ରୁପି’ : କଣ ମିଳିବ ଫାଇଦା? ପେଟିଏମ୍ ଓ ଗୁଗୁଲ ପେ’ ଭଳି ପେମେଣ୍ଟ ସିଷ୍ଟମ ଉପରେ କଣ ପ୍ରଭାବ ପଡିବ? ଜାଣନ୍ତୁ…

1,197

କନକ ବ୍ୟୁରୋ : ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସୀ ସେବା ଆରମ୍ଭ କରାଯିବ । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ତେବେ ଏହି ଇ-ଟଙ୍କା ପ୍ରଚଳନ ଆରମ୍ଭ ହେବା ପରେ ଗୁଗୁଲ-ପେ ଓ ପେଟିଏମ୍ ଭଳି ଡିଲିଟାଲ ପେମେଣ୍ଟ ସିଷ୍ଟମ୍ ଉପରେ କେଉଁ ପ୍ରଭାବ ପଡିବ? ଏବଂ ଇ-ଟଙ୍କା କାରବାର ଆରମ୍ଭ ହେବା ପରେ ଲୋକଙ୍କୁ ଏଥିରୁ କଣ ଫାଇଦା ମିଳିବ ଆସନ୍ତୁ ଜାଣିବା ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଇ-ଟଙ୍କା ମୋବାଇଲ୍ ୱାଲେଟ୍ ପେଟିଏମ୍ ଏବଂ ଗୁଗୁଲ ପେ ଭଳି ନୁହେଁ । ଡିଜିଟାଲ୍ ଟଙ୍କା ବା ଇ-ଟଙ୍କା ପେମେଣ୍ଟ ସିଷ୍ଟମର ଅକ ନୂଆ ତରିକା । ଏଥିପାଇଁ ଲୋକଙ୍କୁ ବ୍ୟାଙ୍କରୁ ଗୋଟିଏ ଥର ଡିଜିଟାଲ୍ ବା ଇ-ଟଙ୍କାକୁ କିଣିବାକୁ ପଡିବ । ଏହା ପରେ ୱାଲେଟରୁ ୱାଲେଟକୁ ନେଣ ଦେଣ କରିପାରିବେ । ଏବେ ଆସନ୍ତୁ ଜାଣିବା ଏଥିରୁ କଣ ଫାଇଦା ମିଳିବ ।
ଡିଜିଟାଲ୍ ଅର୍ଥନିତିକୁ ମଜଭୁତ୍ କରିବ । ଲୋକଙ୍କୁ ଆଉ ପକେଟରେ ଟଙ୍କା ଧରି ଯାତ୍ରା କରିବାକୁ ପଡିବ ନାହିଁ । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ । କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ ।

ତେବେ ଏହି ଡିଜିଟାଲ ରୂପି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସୀ ଲଂଚ କରାଯିବ ବୋଲି ସୂଚନା ରହିଛି । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।