‘ମୋଦୀ ଗଲା ତ…ଗୁଜରାଟ ଗଲା…..’ କ୍ରିକେଟର ରବୀନ୍ଦ୍ର ଜାଡେଜା ସେୟାର କଲେ ବାଲ ଠାକରେଙ୍କ ପୁରୁଣା ଭିଡିଓ ।

1,529

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ଜାରିରହିଛି । ଏହାରି ଭିତରେ କ୍ରିକେଟର ରବୀନ୍ଦ୍ର ଜାଡେଜା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଶିବସେନା ସଂସ୍ଥାପକ ବାଲ୍ ଠାକରେଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ବାଲ ଠାକରେ କହୁଛନ୍ତି, ‘ନରେନ୍ଦ୍ର ମୋଦୀ ଗଲା ତ, ଗୁଜରାଟ ଗଲା’ । ତେବେ ରବୀନ୍ଦ୍ର ଜାଡେଜା ଏହି ଭିଡିଓ ସେୟାର କରି, ପୋଷ୍ଟରେ ଲେଖିଛନ୍ତି, ଏବେ ବି ସମୟ ଅଛି, ବୁଝିଯାଆନ୍ତୁ ଗୁଜରାଟବାସୀ ।

ସୂଚନାଯୋଗ୍ୟ ଯେ, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜାଙ୍କୁ ବିଜେପି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି । ବିଜେପି ତାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାବେଳେ, ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ପତ୍ନୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ।

ତେବେ ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଚାଲିଛି ମତଦାନ । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୫ଟା ଯାଏଁ ହେବାକୁ ଥିବା ଏହି ମତଦାନ ପାଇଁ ଭୋଟର ପ୍ରାର୍ଥୀ ବାଛୁଛନ୍ତି । ଏହି ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ୧୯ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ୨୫ ହଜାର ୪୪୩ ମତଦାନ କେନ୍ଦ୍ର କରାଯାଇଛି । କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରଭିବା ରାଜକୋଟରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ନିଜେ ରିଭାବା ଜାମନଗର ଉତ୍ତର ସିଟରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।