କେନ୍ଦ୍ର ଅଧ୍ୟାଦେଶକୁ ବିରୋଧ : ରାମଲୀଳା ମୈଦାନରେ ବିଶାଳ ରାଲି କରିବ ଆପ୍; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

116

କନକ ବ୍ୟୁରୋ : କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ହେବ ମହାରାଲି । ରାମଲୀଲା ମୈଦାନରେ ରାଲି କରି ଶକ୍ତି ପ୍ରଦର୍ଶନ କରିବ ଆପ୍  । କେନ୍ଦ୍ର ସରକାର ବିରୋଧରେ ବର୍ଷିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହେଲେ ମହାରାଲିରେ ଅନ୍ୟ ଦଳକୁ ନିମନ୍ତ୍ରଣ କରାଯାଇନାହିଁ । କେବଳ ଦିଲ୍ଲୀବାସୀ ଏହି ରାଲିରେ ସାମିଲ ହୋଇପାରିବେ । କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି କେଜ୍ରିୱାଲ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡ଼ିଥିଲେ । ମହାରାଲିକୁ ଦୃଷ୍ଟିରେ ରଖି ରାମଲିଳା ମୈଦାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।