ଦ୍ୱିତୀୟ ଦିନରେ ପୁଣି ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । କହିଲେ ସତକୁ ହଟାଯାଇପାରିବ ନାହିଁ । ଘଟଣାକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ

237

କନକ ବ୍ୟୁରୋ: ବିରୋଧୀ ଦଳ ନେତା ଭାବେ ସଂସଦରେ ପ୍ରଥମ ଭାଷଣରେ ମୋଦୀ ସରକାରଙ୍କୁ କଡା ସମାଲୋଚନା କରି ଚର୍ଚ୍ଚାକୁ ଆସିଥିବା ରାହୁଲ ଗାନ୍ଧୀ ଦ୍ବିତୀୟ ଦିନରେ ଏଭଳି କହିଛନ୍ତି। ସତକୁ ହଟାଯାଇପାରିବ ନାହିଁ, ମୋଦୀଙ୍କ ଦୁନିଆରେ ସତକୁ ହଟାଯାଇପାରିବ କିନ୍ତୁ ବାସ୍ତବରେ ସତକୁ ଲୁଚାଯାଇପାରିବ ନାହିଁ ବୋଲି କହିଛନ୍ତି ରାହୁଲ। ଏଥିସହ ଲୋକସଭାରୁ ତାଙ୍କ ଭାଷଣର କଛି ଅଂଶ କଟାଯିବାକୁ ନେଇ ରାହୁଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କହିଛନ୍ତି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ।

  • ‘ଲୋକଙ୍କୁ ଭ୍ରମିତ କରୁଛି ବିଜେପି’
  • ‘ ହତାଶ ହୋଇପଡିଲେଣି ମୋଦୀ, ଶାହା’
  • ‘ସଂସଦରେ ମିଛ କହୁଛନ୍ତି ରାହୁଲ’

ରାହୁଲ ଗାନ୍ଧୀଙ୍କ କଥାକୁ ନେଇ ବିଜେପି ଭ୍ରମିତ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର। ବିଜେପିକୁ କଡା ଜବାବ୍ ଦେଇ କଂଗ୍ରେସ ସାଂସଦ ମଣିକ୍ରମ ଟାଗରେ କହିଛନ୍ତି, ମୋଦୀ ଏବଂ ଶାହା ହତାଶ ହୋଇପଡିଛନ୍ତି ସେମାନେ ନୀତୀଶ କୁମାର ଏବଂ ଚନ୍ଦବାବୁ ନାୟୁଡଙ୍କ ସହାୟତାରେ ସରକାର ଚଳାଉଛନ୍ତି। ଯାହାର ଜବାବ ରଖି ବିଜେପି ସାଂସଦ ମନୋଜ ତୱାରୀ କହିଛନ୍ତି ରାହୁଲ ଗାନ୍ଧୀ ସଂସଦରେ ମିଛ ତଥ୍ୟ ଦେଇଛନ୍ତି, ଯାହା ଧରାପଡିବା ପରେ ସମ୍ପୃକ୍ତ ରେକର୍ଡିଂକୁ ହଟାଯାଇଛି।

ସେପଟେ ସଂସଦରେ ରାହୁଲ ଗାନ୍ଧୀଙ୍କ ସହ ମୁହାଁମୁହିଁ ପରେ ଏନଡିଏ ସାଂସଦଙ୍କୁ ରାହୁଲଙ୍କ ଭଳି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ବସିଥିବା ବିଜେପିର ସଂସଦୀୟ ଦଳର ବୈଠକରେ ମୋଦୀ ସାଂସଦମାନଙ୍କୁ ସଂସଦର ନିୟମକାନୁନ ମାନିବାକୁ କହିଛନ୍ତି ମୋଦୀ।