“ମନ୍ କି ବାତ୍” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ, କହିଲେ, ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଭାରତ ପାଇଁ ବଡ ଉପଲବ୍ଧି

78

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ୯୫ ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ପ୍ରଥମେ ସେ କହିଥିଲେ କି ଜି-୨୦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଅଧ୍ୟକ୍ଷତା କରିବା ସାରା ଦେଶ ପାଇଁ ଗର୍ବର ବିଷୟ । ଏହାସହ ଏହି ସମ୍ମିଳନୀରେ ସାରା ବିଶ୍ୱ ଜନସଂଖ୍ୟାର ୩ ଭାଗରୁ ୨ ଭାଗ ଭାଗିଦାରୀ । ଏପଟେ ଜି-୨୦ ରେ ଭାଗ ନେଉଥିବା ଦେଶମାନେ ସାଂରା ବିଶ୍ୱର ଜଡିପିରେ ୮୫ ପ୍ରତିଶତ ଭାଗିଦାରୀ ।

ସେପଟେ ବିଜ୍ଞାନ ବାବଦରେ ଆଲୋଚନା କରିବାକୁ ଯାଇ କହିଥିଲେ କି ବିକ୍ରମ-ଏସ ରକେଟ ପରୀକ୍ଷଣକୁ ପ୍ରଶଂସା କରିଛନ୍ତି । ସେ କହିଥିଲେ କି ନଭେମ୍ବର ୧୮ ତାରିଖରେ ଭାରତ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ବିକ୍ରମ-ଏସ ରକେଟ ପରୀକ୍ଷଣ କରି ଭାରତ ଇତିହାସ ରଚିଛି ।

ଅନ୍ୟପଟେ ମୋଦୀ କହିଛନ୍ତି କି ସଂଗୀତ କ୍ଷେତ୍ରରେ ବି ଭାରତ ବେଶ ଆଗକୁ ଯାଇଛି । ଭାରତୀୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ବାଦ୍ୟ ଯନ୍ତ୍ରର ଯୋଗାଣ ଗତ ୮ ବର୍ଷ ମଧ୍ୟରେ ୩.୫ ଗୁଣା ବଢିଥିବା କଥା ସେ ସୂଚନା ଦେଇଛନ୍ତି ।