ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା : ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

290

କନକ ବ୍ୟୁରୋ : ହିମାଚଳପ୍ରଦେଶ ସିମଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ଅବସରରେ ୯ ମନ୍ତ୍ରାଳୟ ଦ୍ୱାରା ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ୧୬ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଦଶ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି ।

ଏହି କିସ୍ତି ବାବଦ ମୋଟ୍ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ପିଏମ୍ କିଶାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ବର୍ଷକୁ ତିନିଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି । ଦେଶର ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ବର୍ତ୍ତମାନ ସୁଦ୍ଧା ୮୨ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ସାରିଲାଣି । ଏହି ଅବସରରେ ମାହାଙ୍ଗା ବରାହିପୁରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।