ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର: ଅନଗୁଳ ଜିଲ୍ଲା ଝିଲିମୁଣ୍ଡା ଓ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାରୁ ଆସିଲା ଅଭାବନୀୟ ଚିତ୍ର

86

କନକ ବ୍ୟୁରୋ: ଅଳ୍ପକେ ବର୍ତିଗଲା କୁନି କୁନି ପିଲାଙ୍କ ଜୀବନ । ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀଙ୍କ ସମେତ ୫ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ହାଇସ୍କୁଲରେ ପିଲାଙ୍କ ଚିନ୍ତ ପାଲଟିଛି ଛାତରୁ ଖସୁଛି ପ୍ଲାଷ୍ଟର । ଏସବୁ ଭିତରେ ଖପ୍ରାଖୋଲରୁ ଆଜି ପ୍ରତିବାଦର ଅଦ୍ଭୁତ ଚିତ୍ର । ପ୍ଲାଷ୍ଟର ଖସିବା ଭୟରେ ହେଲମିଟ୍ ପିନ୍ଧିଲେ ରୋଗୀ ଚିକିତ୍ସା ।

ଅଳ୍ପକେ ବର୍ତିଗଲା କୁନି କୁନି ପିଲାଙ୍କ ଜୀବନ । ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀଙ୍କ ସମେତ ୫ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ହାଇସ୍କୁଲରେ ପିଲାଙ୍କ ଚିନ୍ତ ପାଲଟିଛି ଛାତରୁ ଖସୁଛି ପ୍ଲାଷ୍ଟର ।

ଅନୁଗୁଳ ଆଠମଲ୍ଲିକ ବ୍ଲକ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର । ଆଉ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ହାଇସ୍କୁଲ । ଉଭୟ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର ଖସିବା ଅଭିଭାବକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଅନୁଗୁଳ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସିବାରୁ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଅଙ୍ଗନୱାଡ଼ି ଦିଦି ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଠାକୁରଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ଲାଷ୍ଟର ଖସିବା ସମୟରେ କେନ୍ଦ୍ରରେ ପାଖାପାଖି ୩୦ ଜଣ ଶିଶୁ ପାଠ ପଢ଼ୁଥିଲେ ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ବିଦ୍ୟାଳୟରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ପ୍ଲାଷ୍ଟର ଖସିବା ସମୟରେ ଶ୍ରେଣୀଗୃହରେ କେହି ଉପସ୍ଥିତ ନଥିଲେ । ଯେଉଁ ସମୟରେ ଛାତରୁ ପ୍ଲାଷ୍ଟର ଖସିଲା, ସେତେବେଳେ ପିଲାମାନେ ଶ୍ରେଣୀଗୃହରେ ନଥିଲେ । ଛାତ୍ରମାନେ ବାହାରେ ଖେଳୁଥିଲେ । ସେପଟେ ସ୍କୁଲ ଛାତରୁ କଂକ୍ରିଟ ଖସିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ । ୮ ମାସ ତଳେ ସ୍କୁଲର ନବୀକରଣ ହୋଇଥିଲା ବେଳେ ନିମ୍ନମାନର କାମ ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି ।

ଡାକ୍ତରଖାନା ଛାତରୁ ବାରମ୍ବାର ସିମେଂଟ ପ୍ଲାଷ୍ଟର ଖସୁଥିବାରୁ ହେଲମେଟ୍ ପିନ୍ଧି ଚାଲିଛି ଚିକିତ୍ସା । ସୋମବାର ଦିନ କାର୍ଯ୍ୟରତ କମ୍ପାଉଣ୍ଡର ସୁମନ୍ତ ନାୟକ ରୋଗୀଙ୍କୁ ଔଷଧ ଦେଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିପଡ଼ିଥିଲା । ହେଲେ ସେ ଅଳ୍ପକେ ଅଘଟଣରୁ ବର୍ତି ଯାଇଥିଲେ । ନୂଆ କୋଠା ନିର୍ମାଣ କାମ ଚାଲିଥିବାରୁ ଅସୁରକ୍ଷିତ ଥିବା ପୁରୁଣା କୋଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଦିଆଯାଉଥିବା ଜଣାପଡ଼ିଛି । ତେବେ ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ କୌଣସି କାର୍ଯ୍ୟକାରୀ ହୋଇନଥିବା କୁହାଯାଇଛି ।