ଗନ୍ଧରେ ଫାଟି ପଡୁଛି ପରିବେଶ, ପାଠ ପଢିପାରୁନାହାନ୍ତି ପିଲା

96

କନକ ବ୍ୟୁରୋ : ଭୁବନେଶ୍ୱରର ସୈନିକ ସ୍କୁଲ ପଛପଟେ ଥିବା ଡମ୍ଫିୟାର୍ଡରେ ବିଏମସିର ଆବର୍ଜନା ପାହାଡରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ଲୋକେ । ନାକଫଟା ଦୁର୍ଗନ୍ଧରେ ଫାଟିପଡୁଛି ପୁରା ପରିବେଶ ଫାଟିପଡୁଛି । ଲୋକେ ଘର ଭିତରେ ତାଟି କବାଟ ପକାଇ ରହୁଛନ୍ତି । ଗତ ମେ’ ମାସ ୧୭ ତାରିଖରୁ ଭୁବନେଶ୍ୱର ଦାରୁଠେଙ୍ଗରେ କୌଣସି ଅଳିଆ ପଡୁନାହିଁ । ସହରର ସମସ୍ତ ଅଳିଆ ପଡୁଛି ସୈନିକ ସ୍କୁଲ ପଛପଟେ ଥିବା ରଙ୍ଗମାଟିଆ ଡମ୍ପିଂୟାର୍ଡରେ । ଏପରିକି ସ୍ଥାନୀୟ ଅଂଚଳରେ ଥିବା ମନ୍ଦିରକୁ ବି ଲୋକେ ଆସୁନାହାନ୍ତି । ଆଉ ଯେଉଁ କାଁ ଭାଁ ଲୋକେ ଆସୁଛନ୍ତି ଦୁର୍ଗନ୍ଧରେ ପ୍ରସାଦ ସେବନ ନ କରି ଚାଲିଯାଉଛନ୍ତି ।

କେବଳ ସ୍ଥାନୀୟ ଅଂଚଳ ନୁହେଁ,  ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ନାକଫଟା ଦୁର୍ଗନ୍ଧ ଯୋଗୁଁ ରେଲୱେ କଲୋନୀ ଉଚ୍ଚ ବିଦ୍ୟାଳୟର କୋମଳିମତି ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ନାକରେ ହାତଦେଇ ହାତ ଦେଇ ପାଠ ପଢୁଛନ୍ତି । କିଛି ପିଲା ସ୍କୁଲ ଛାଡି ନିକଟସ୍ଥ ଡମଣା ଓ ଗାଡକଣ ସ୍କୁଲକୁ ପଳାଇଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ପିଲାଙ୍କ ଉପସ୍ଥାନ କମୁଛି । ଏବେ କେବଳ ବସ୍ତି ଅଂଚଳର ପିଲାଙ୍କୁ ନେଇ ଚାଲିଛି ସ୍କୁଲ । ଅଙ୍ଗନୱାଡିରେ ବି ସେହି ଏକା ଅବସ୍ଥା ।

ଦୀର୍ଘ ଦିନ ହେଲା ସୈନିକ ସ୍କୁଲ ପଛପଟ ଡମ୍ଫିୟାର୍ଡ ଯୋଗୁଁ ଲୋକେ ହରଇାଣ ହେଉଛନ୍ତି । ଏଥିପ୍ରତି ବିଏମସିର ଖାତିର ନାହିଁ । କମିଶନର କହୁଛନ୍ତି, ଅଳିଆର ପାହାଡକୁ କଟାଯିବ । କିନ୍ତୁ ଦୁର୍ଗନ୍ଧକୁ କେମିତି ବର୍ତମାନ ପାଇଁ କମାଯିବ ସେ ନେଇ କିଛି ପଦକ୍ଷେପ ନାହିଁ । ଯାହା ବିଏମସିର କାର୍ଯ୍ୟଦକ୍ଷତା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।