କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ହଟ୍ଟଗୋଳ । ମୁହାଁମୁହିଁ ହେଲେ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଏବଂ ମୃତ ଛାତ୍ରଙ୍କ ଅଭିଭାବକ ।

2,708

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଓ ମୃତ ଛାତ୍ରଙ୍କ ଅଭିଭାବକଙ୍କ ମଧ୍ୟରେ କଥା କଟାକଟି । କାଲି କୁଆଖାଇ ନଦୀରେ ବୁଡି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ ଜଣ ଏମବିଏ ଛାତ୍ର ପ୍ରାଣ ହରାଇଥିଲେ । ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ କଲେଜ ପ୍ରିନ୍ସିପାଲ ଓ ଅଭିଭାବକଙ୍କ ମଧ୍ୟରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଛି । କଲେଜ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୪ ଛାତ୍ରଙ୍କ ଜୀବନ ଯାଇଛି । ପିଲାମାନେ କୁଆଡେ ଯାଉଛନ୍ତି, କେତେ ବେଳେ ଫେରୁଥିଲେ ସେ ନେଇ ରେଜିଷ୍ଟରରେ ତଥ୍ୟ ନ ରହୁଥିବା ଅଭିଯୋଗ ଆଣିଛନ୍ତି । ଏପରିକି ୪ ଜଣଙ୍କ ଛାତ୍ରଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଏଣୁ ପିଲାଙ୍କ ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରି କ୍ଷତିପୂରଣ ବାବଦକୁ ପ୍ରତି ମୃତକଙ୍କ ପରିବାରକୁ ୬୦ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।