ଗଛମୂଳେ ଚାଲିଛି ପଞ୍ଚାୟତ ଅଫିସ୍ । ବରଗଛ ମୂଳେ ସରପଞ୍ଚ ଓ ୱାର୍ଡମେମ୍ବର ।

58

କନକ ବ୍ୟୁରୋ: ଗଛମୂଳେ ଚାଲିଛି ପଞ୍ଚାୟତ ଅଫିସ୍ । ବରଗଛ ମୂଳେ ସରପଞ୍ଚ ଓ ୱାର୍ଡମେମ୍ବର । ନିର୍ବାହୀ ଅଧିକାରୀଙ୍କ ହାତରେ ପଞ୍ଚାୟତର କାଗଜପତ୍ର । ରଖିବାକୁ ଜାଗା ନାହିଁ, ଏଣୁ ପ୍ରତିଦିନ ଘରକୁ ନେଇଯାଉଛନ୍ତି । ଏପରି ଚିନ୍ତାଜନକ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ରଘୁନାଥପୁର ପଞ୍ଚାୟତରୁ । ଗାଁ ସମସ୍ୟା ପାଇଁ ପଞ୍ଚାୟତ ଅଫିସ୍ ଦୁଇଟି ଆଜବେଷ୍ଟସ୍ ଘରେ ଚାଲିଛି । ତେଣୁ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ମିଟିଂ ଗଛତଳେ ବସୁଛି । କେଉଁଠି ପଞ୍ଚାୟତର ସ୍ଥାୟୀ ଅଫିସ୍ ହେବ, ସେନେଇ ବିବାଦ ଲାଗି ରହିଛି । ଅନ୍ୟପଟେ ପୁରୁଣା ଆଜବେଷ୍ଟସ୍ ଘର ବ୍ୟକ୍ତିଗତ ଜାଗାରେ । ସରକାରୀ ଜାଗା ଥିଲେ ପଞ୍ଚାୟତ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ଟିଏ ହୋଇପାରି ନାହିଁ, ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମନରେ ଅସନ୍ତୋଷ ।