ତିଗିରିଆ ଥାନା ବେଲଅଣ୍ଟା ଗାଁରେ ବୋମାମାଡ, ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ସୂଚନା

148

କନକବ୍ୟୁରୋ:  ପୁଣି ଥରେ ତିଗିରିଆ ଥାନା ଅଞ୍ଚଳ ଅଶାନ୍ତି ପାଲଟିଲା । ଫୁଟିଲା ବୋମା , ଗାଁରେ ପୋଲିସ ମୃତୟନ ।  ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର  ବୋମା ମାଡ଼ ହୋଇଛି । କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଗୋଟିଏ ଗୋଷ୍ଠୀ  ଗାଁରେ  ବୋମା ମାଡ କରିଥିବା ଅଭିଯୋଗ ହୋଇଛି।  ଘଟଣା ସ୍ଥଳରେ ଆଠଗଡ଼ ଏସଡିପିଓଙ୍କ ସମେତ ତିଗିରିଆ ପୋଲିସ୍ ସହିତ ଫୋର୍ସ ମୁତୟନ ହୋଇଛନ୍ତି ।  ଗାଁରେ ଏବେ ବି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।

ପୂର୍ବରୁ ହୋଲି ଦିନ  ଗାଁରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ପାଞ୍ଚଜଣ ଆହତ ହୋଇଥିଲେ।  ସଙ୍ଘର୍ଷରେ ଭୋଗଡାର ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହାତ ହୋଇଥିଲେ । ଘଟଣା କିଛି ଦିନ ଶାନ୍ତ ପଡିବା ପରେ ଏବେ ଗାଁ ପୁଣି ଅଶାନ୍ତ ହୋଇ ପଡିଛି। ଖବର ପାଇ ଘଟଣା ସ୍ଥଳରେ ଆଠଗଡ ଏସଡିପିଓ  ଓ ତିଗିରିଆ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।