ଭତ୍ତା ଟଙ୍କା ବୃଦ୍ଧା ଚାଲୁଛନ୍ତି ୧୦ କିଲୋମିଟର: ପାଖରେ ବ୍ୟାଙ୍କ ସେବା ନମିଳିବାରୁ ଟଙ୍କା ଉଠାଇବାକୁ ନାକେଦମ୍

105

କନକ ବ୍ୟୁରୋ: ଭତା ଟଙ୍କା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୦ ବର୍ଷି ବୃଦ୍ଧା । ବୟସର ଅପରାହ୍ନରେ ଚାଲିବାକୁ ଦେହରେ ଶକ୍ତି ନାହିଁ । ତଥାପି ହାତରେ ବାଡ଼ି ଖଣ୍ଡିଏ ଧରି ଜୀବନର ଅଙ୍କାବଙ୍କା ରାସ୍ତାରେ ଆଗେଇ ଚାଲିଛନ୍ତି ନବରଙ୍ଗପୁର ପାପଡ଼ାହାଣ୍ଡି ପାତ୍ରଗୁଡ଼ା ଗାଁର ଜଳେନ୍ଦ୍ରୀ ଭତ୍ରା । ଘରେ ପେନସେନ ଯୋଗାଇନଦିଆଯିବାରୁ ବୃଦ୍ଧା ଜଣଙ୍କ ୨ ମାସରେ ଥରେ ପାପଡ଼ାହାଣ୍ଡି ବ୍ୟାଙ୍କକୁ ଯାଆନ୍ତି । ବ୍ୟାଙ୍କକୁ ଯିବା ଆସିବା ପାଇଁ ୧୦ କିଲୋମିଟର ବାଟ ତାଙ୍କୁ ଚାଲିବାକୁ ପଡ଼ିଥାଏ । ଟାଇଁ ଟାଇଁ ଖରାରେ ବୃଦ୍ଧାଙ୍କ ଶରୀର ସାଥ୍ ଦେଉନଥିବାରୁ ଅନେକ ଥର ଗୋଡ଼ ହାତ ଲମ୍ବାଇ ରାସ୍ତାରେ ବସିପଡୁଛନ୍ତି । ଅନେକ ସମୟରେ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଖାଲି ହାତରେ ମଧ୍ୟ ଫେରିବାକୁ ପଡ଼ୁଛି । ସେହିପରି ଚାଉଳ ୫ କିଲେ ଚାଉଳ ପାଇଁ ତାଙ୍କୁ ପଂଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି । ଜମାଖାତାକୁ ସିଧାସଳଖ ଟଙ୍କା ପଠାଇ ସରକାର ସ୍ୱଚ୍ଛତାର ପରିଚୟ ଦେଉଥିବା ବେଳେ ଜଳେନ୍ଦ୍ରିଙ୍କ ଭଳି ଜଣେ ଅସହାୟ ବୃଦ୍ଧା ଭତା ଟଙ୍କା ପାଇଁ ନାକେଦ୍ମ ହେଉଛନ୍ତି ।