ଗାଁ ଝିଅଙ୍କୁ ଆକୃଷ୍ଟ କରୁଛି ସହରି ଚକାଚକ୍ୟ : ଶିକ୍ଷା, ଚାକିରି କିମ୍ବା ଅଭିନୟର ଆଶାରେ ଆସି ଟ୍ରାପରେ ପଡୁଛନ୍ତି ସରଳ ଝିଅ; ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପରେ ବଢିଲା ଚିନ୍ତା

491

କନକ ବ୍ୟୁରୋ : ସହର ମୁହାଁ ହେଉଛନ୍ତି ଗାଁ ଯୁବତୀ । ନିଜର ସ୍ୱପ୍ନ ପୂରଣ କରିବା ପାଇଁ ସହରକୁ ଆସୁଛନ୍ତି ସତ କିନ୍ତୁ ପରେ ଏମିତି ଚକ୍ରବ୍ୟୁହରେ ପଡ଼ିଯାଉଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି । କିଏ ପାଠ ପଢ଼ିବା ପାଇଁ ଆସୁଛି ତ କିଏ ଚାକିରି କରିବା ପାଇଁ ଆଉ କାହାକୁ ଅଭିନୟ ଦୁନିଆ ସହରକୁ ଟାଣି ଆଣୁଛି ।

ଅନେକ ସମୟରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ ଅବାଟରେ ଚାଲିଯାଉଛନ୍ତି ଏମାନେ । ଗାଁରେ ସରଳ ଜୀବନ ଯାପନ କରୁଥିବା ଯୁବତୀ ମାନେ ସହରର ଚାକଚକ୍ୟରେ କଣ ଠିକ୍ କଣ ଭୁଲ୍ ଜାଣିବାରେ ଅନେକ ସମୟରେ ବିଫଳ ହେଉଛନ୍ତି । ଫଳସ୍ୱରୂପ ଅତି ସହଜରେ ସହରରେ ବୁଲୁଥିବା ଦଲାଲଙ୍କ ଶିକାର ହେଉଛନ୍ତି । ଚର୍ଚ୍ଚାରେ ଥିବା ଶୁଭଲକ୍ଷ୍ମୀଙ୍କ କାହାଣୀ ମଧ୍ୟ ଠିକ୍ ସେମିତି । ନିଜର ପାଠପଢ଼ା ଖର୍ଚ୍ଚ ନିଜେ ବହନ କରିବା ପାଇଁ ଘରୁ ଆସି ଭୁବନେଶ୍ୱରରେ ରହୁଥିଲେ ।

ଏବଂ ବାରଗାର୍ଲ ଭାବେ କାମ କରୁଥିଲେ । ଏଥିରୁ ଟଙ୍କା ବି ରୋଜଗାର କରୁଥିଲେ । ଏହାରି ଭିତରେ କିନ୍ତୁ ଏକାଧିକ ପ୍ରେମ ସମ୍ପର୍କ ନେଇ ଅଡ଼ୁଆରେ ପଡିଗଲେ । ଚର୍ଚ୍ଚା ହେଉଛି ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ । ପରିସ୍ଥିତିରେ ପଡ଼ି ସାଲିସ କରିଥିବା ଗାଁର ଯୁବତୀମାନଙ୍କୁ ସହରରେ ଲୋକଲଜ୍ଜା ଭୟରେ ଏମିତି ଜୀବନ ହାରିବା ଏବେ ଚିନ୍ତାର କାରଣ ହୋଇଛି ।