ମୌସୁମୀ ଜନିତ ବର୍ଷା ନେଇ ଆଇଏମଡିର ପୂର୍ବାନୁମାନ : ଏଥର ଜୁନ ମାସରେ ରାଜ୍ୟରେ ସ୍ୱାଭାବିକ ହେବ ବୃଷ୍ଟିପାତ

ଚଳିତ ବର୍ଷ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆକଳନ; କେରଳ, ତାମିଲନାଡ଼ୁ ପରେ କେବେ ଓଡ଼ିଶା ଛୁଇଁବ ସ୍ୱଷ୍ଟ ହୋଇନି

363

କନକ ବ୍ୟୁରୋ : ଏଥର ଜୁନ ମାସରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବ । ତେବେ ଜୁନରୁ ସେପେଟମ୍ବର ମାସରେ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ କୁହାଯାଇଛି କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ଓ ଆଉ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରେ । ଦକ୍ଷିଣବର୍ତ୍ତୀ ଜିଲ୍ଲାଗୁଡିକରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ କେନ୍ଦ୍ରୀୟ ଓଡିଶା ଓ ଉତ୍ତର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରୋ ବର୍ତ୍ତମାନ ମୌସୁମୀ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ଛୁଇଁଲାଣି । ତେବେ ଓଡିଶାରେ ମୌସୁମୀ କେବେ ପହଞ୍ଚିବ ତାହା କହିହେବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ସ୍ୱାଭାବିକ ଭାବେ ଜୁନ ୧୫ ଭିତରେ ଓଡ଼ିଶା ଛୁଇଁବା ନେଇ ଅନୁମାନ କରାଯାଉଛି ।