ଦେଶରେ ଏବେ ବି ରହିଛି ଡେଲଟାର ପ୍ରଭାବ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନେଇପାରିନି ସ୍ଥାନ

ଆଇସିଏମଆର କହିଲା, ପ୍ରତିଷେଧକ ବ୍ୟବସ୍ଥା ଓ ଟୀକାକରଣ ପାଇଁ ରହିଛି ପ୍ରଭାବହୀନ

74

କନକ ବ୍ୟୁରୋ : ଏବେ ବି ଦେଶରେ ରହିଛି ଡେଲଟାର ପ୍ରଭାବ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏପର୍ଯ୍ୟନ୍ତ ଡେଲଟାର ସ୍ଥାନ ନେଇ ପାରିନାହିଁ । ଆଇସିଏମ୍ଆର କିଛି ପ୍ରତିଶେଧକ ବ୍ୟବସ୍ଥା ଓ ଟିକାକରଣ ପାଇଁ ଏହା ପ୍ରଭାବହୀନ ରହିଛି । ଆଇସିଏମ୍ଆରର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସମିରନ୍ ପଣ୍ଡା କହିଛନ୍ତି, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ପ୍ରଭାବ ପକାଇ ପାରିନାହିଁ ।

ଓମିକ୍ରନ୍ ପାଇଁ ରାଜ୍ୟ ଗୁଡିକ ସତର୍କ ରହିବାକୁ ପଡ଼ିବ । ଡାକ୍ତର ସମିରନ୍ ପଣ୍ଡା କହିଛନ୍ତି, ଦେଶରେ ଯେଉଁ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଆସିଛି, ତାହା ମଧ୍ୟରୁ ଅଧିକାଂଶ ମାମଲା ବାହାର ଦେଶରୁ ଆସିଥିବା ଲୋକଙ୍କଠାରୁ ଚିହ୍ନଟ ହୋଇଛି । ଏବେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ରେ ପହଂଚିଛି । କେବଳ ମହାରାଷ୍ଟ୍ରରୁ ୫୪ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ବହୁତ ଅଧିକ ନୁହଁ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି, ବର୍ତମାନ ଦେଶବାସୀ କରୋନା କଟକଣା ମାନିବା ସହ କରୋନା ଟିକା ନୋବର ଆବଶ୍ୟକତା ରହିଛି ।