ଏସିଆ କପର ସୁପର-୪ରେ ଟିମ୍ ଇଣ୍ଡିଆ : ନବାଗତ ନେପାଳକୁ ୧୦ ୱିକେଟରେ ହରାଇଲା ଭାରତ

336

କନକ ବ୍ୟୁରୋ : ନବାଗତ ନେପାଳକୁ ସହଜରେ ହରାଇଲା ଭାରତ । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୨୩୧ ରନର ଟାର୍ଗେଟ ଦେଇଥିଲା । ପେରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକ୍ରମଣାତ୍ମକ ଖେଳିଥିଲେ ।

ଉଭୟ ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ଭାରତ ୨.୧ ଓଭର ଖେଳିବା ପରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା । ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ଯ୍ୟ କରାଯାଇଥିଲା । ଆଉ ଭାରତ ୧୭ ବଲ୍ ବଳକା ଥାଇ ୧୦ ୱିକେଟରେ ବିଜୟୀ ହୋଇଛି । ସେପଟେ ରବିବାର ପୁଣି ପାକିସ୍ତାନକୁ ଭେଟିବ ଭାରତ ।