ବିଏସସି ନର୍ସିଂ ଆଡମିଶନ ପାଇଁ ଆସିଲା ନୂଆ ନିୟମ, ବିନା ‘ନିଟ୍’ ପରୀକ୍ଷାରେ ହୋଇପାରିବ ନାହିଁ ଆଡମିଶନ

269

କନକ ବ୍ୟୁରୋ : ଯେଉଁ ଛାତ୍ର ଛାତ୍ରୀମାନେ ବିଏସସି ପରେ ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଏବେ ବିଏସସି ନର୍ସିଂରେ ଅଡମିଶନ କରିବାକୁ ହେଲେ ପ୍ରଥମେ ‘ନିଟ୍’ ପରୀକ୍ଷା ଦେବାକୁ ପଡିବ । ଅର୍ଥାତ ନିଟ୍ ପରୀକ୍ଷାଫଳ ଆଧାରରେ ଛାତ୍ର ଛାତ୍ରୀ ମାନଙ୍କୁ ବିଏସସି ନର୍ସିଂରେ ଆଡମିଶନ ମିଳିବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ଓ ବିଏସସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୧୦ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଅନ୍ୟପଟେ ବିଏସସି ନର୍ସିଂ ପାଇଁ ଆବେଦନ କରୁଥିବା ଛାତ୍ର ଛାତ୍ରୀମାନଙ୍କର ସର୍ବନିମ୍ନ ବୟସ ୧୭ ବର୍ଷ ହୋଇଥିବା ଆବଶ୍ୟକ । ଏହାସହ ଯୁକ୍ତ-୨ ପରୀକ୍ଷାରେ ଫିଜିକ୍ସ, କେମିଷ୍ଟ୍ର,ବାୟୋଲୋଜି ଓ ଇଂଗ୍ରାଜୀ ବିଷୟରେ ପାସ୍ କରିଥିବା ଜରୁରୀ । ଏହାସହ ପିସିବିରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ସହ ପାସ୍ କରିଥିବା ବି ବାଧ୍ୟତା ମୂଳକ କରାଯାଇଛି । ଅନ୍ୟପଟେ ଯେଉଁ ଛାତ୍ର ଛାତ୍ରୀମାନେ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ (ଏନଆଇଓଏସ)ରେ ବିଜ୍ଞାନ ଓ ଇଂଗ୍ରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ସେମାନେ ବି ବିଏସସି ନର୍ସିଂ ପାଇଁ ଆବେଦନ କରିପାରିବେ । ଏହାସହ ପିସିବି ସବଜେକ୍ସ ସହ ୪୦ ପ୍ରତିଶତ ମାର୍କ ରଖିଥିବା ଏସସି, ଏସଟି ଓ ଓବିସି ବର୍ଗର ଛାତ୍ର ଛାତ୍ରୀମାନେ ବି ଆବେଦନ କରିପାରିବେ କିନ୍ତୁ ଇଂଗ୍ରାଜୀ ବାଧ୍ୟତା ମୂଳକ ।