ରାସ୍ତା ମଝିରେ କୁନି ପୁଅ ସହ ଅସହାୟ ମା’ । ନିର୍ଯାତନା ଦେଇ ସ୍ୱାମୀ ଘରୁ ବାହାର କରିଦେଇଥିବା ଅଭିଯୋଗ ।

112

କନକ ବ୍ୟୁରୋ: ସ୍ୱାମୀ ଓ ଶ୍ୱଶୂର ଘର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ୫ ବର୍ଷର ପୁଅକୁ ଧରି ରାସ୍ତା ଉପରେ ବସିଲେ ମହିଳା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଁର ଜିତେନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପୁଷ୍ପାଞ୍ଜଳି ରାସ୍ତା ଉପରେ ଧାରଣା ଦେଇଥିଲେ ।

ପ୍ରାୟ ୭ ବର୍ଷ ପୂର୍ବେ ପୁଷ୍ପାଞ୍ଜଳିଙ୍କୁ ଜିତେନ୍ଦ୍ର ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରଠୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।  କୌଣସି କଥାକୁ ନେଇ ସ୍ୱାମୀ , ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୁଷ୍ପାଞ୍ଜଳିଙ୍କୁ ଜିତେନ୍ଦ୍ର ନିସ୍ତୁକ ମାଡ ମାରି ଘରୁ ବାହାର କରିଦେଇଥିଲେ । କୌଣସି ଉପାୟ ନପାଇ ୫ ବର୍ଷର କୁନି ପୁଅକୁ ଧର ଲଙ୍ଗଳେଶ୍ୱର କଶାଫଳ ରାସ୍ତାର ଗଞ୍ଜା ଛକରେ ରାସ୍ତା ଉପରେ ଧାରଣା ଦେଇଛନ୍ତି । ନ୍ୟାୟ ନ ମିଳିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ପୁଷ୍ପାଞ୍ଜଳି କହିଛନ୍ତି ।