ମାଙ୍କଡ କାନ୍ଦିଲା ମଣିଷ ପାଇଁ : ଶବକୁ ପାଞ୍ଚ ଘଣ୍ଟା ଜଗି ରହିଲା

202

କନକ ବ୍ୟୁରୋ : ଶବ ଜଗିଲା ମାଙ୍କଡ଼ । ଶବ ପାଖରେ ବସିଲା ଶବକୁ ଧରି କାନ୍ଦିଲା । ମିନିଟ୍ କି ଦଶ ମିନିଟ ନୁହେଁ । ପାଞ୍ଚ ଘଣ୍ଟା ଶବକୁ ଜଗି ରହିବା ସହ ଶବକୁ ଛାଡ଼ିଲା ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମୃତ ମହିଳା ମାଙ୍କଡ଼ ସହ କୌଣସି ସମ୍ପର୍କ ନଥିଲା । କିନ୍ତୁ ମୃତ୍ୟୁ ବେଳକୁ ମାଙ୍କଡ଼ ଆଖିରୁ ଲୁହ ଝରି ଯାଇଥିଲା । ପାରାଦୀପର ନୂଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ଏହି ଗାଁର ମଂଜୁ ଦାସଙ୍କ ଛାତିରେ ଗତକାଲି ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୁଜଙ୍ଗ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଶେଷକୃତ୍ୟ ପାଇଁ ମଂଜୁଙ୍କ ଶବ ତାଙ୍କ ଗାଁକୁ ଅଣାଯାଇଥିଲା । ହେଲେ ଏକ ବୁଲା ମାଙ୍କଡ଼ ଲୋକଙ୍କ ଗହଳି ଭିତରେ ପଶି ଶବକୁ ଧରି ବସିବା ସହ କାନ୍ଧିବାକୁ ଲାଗିଥିଲା । ଶବକୁ ଶତ୍କାର ପାଇଁ ନେବାକୁ ଦେଇନଥିଲା ଏହି ବୁଲା ମାଙ୍କଡ଼ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।