କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ତିଗିରିଆ କରାଡପଲ୍ଲୀ ଗାଁର ମହମ୍ମଦ ଜହୁର । ଟ୍ରେଡିଂ କମ୍ପାନୀରେ ସିଭିଲ ଲାବ୍ରୋଟରୀ ଟେକ୍ନିସିଆନ ଭାବେ କରୁଥିଲେ କାମ । 

557

 କନକ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡରେ କଟକ ତିଗିରିଆର ଯୁବକଙ୍କ ମୃତ୍ୟୁ ହୋଇଛି । କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ । ଏକ ଟ୍ରେଡିଂ କମ୍ପାନୀରେ ସିଭିଲ ଲାବ୍ରୋଟରୀ ଟେକ୍ନିସିଆନ ଭାବେ କାମ କରୁଥିଲେ ମହମ୍ମଦ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ ମହମ୍ମଦ ।ଅଗ୍ନିକାଣ୍ଡ ସମୟରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ନିଆଁ ଲାଗିବା ପରେ ସମସ୍ତେ ନିଦରୁ ଉଠି ଉପର ମହଲାକୁ ପଳାଇଯାଇଥିଲେ । ହେଲେ ପ୍ରବଳ ଧୁଆଁ ଯୋଗୁଁ ଅଣନିଶ୍ୱାସୀ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିିର୍ କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ପୁଅର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜୁହୁରଙ୍କ ପତ୍ନୀ ୭ମାସର ଗର୍ଭବତୀ ଥିବା ଜଣାପଡ଼ିଛି ।