ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଦାଖଲ । ଏନଡିଏର ଶକ୍ତି ପ୍ରଦର୍ଶନ । ତୃତୀୟ ଥର ପାଇଁ ବାରାଣସୀରୁ ଲଢ଼ୁଛନ୍ତି ମୋଦୀ ।

95

କନକବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ଅଯୋଧ୍ୟା ରାମଲାଲାଙ୍କ ପୂଜକ ଗଶେଷ ଶାସ୍ତ୍ରୀ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଲଗାତାର ତୃତୀୟଥର ପାଇଁ ବାରଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୪ରେ ୩ଲକ୍ଷ୭୧ ହଜାର ୮୪ ଓ ୨୦୧୯ରେ୪ଲକ୍ଷ ୭୯ ହଜାର ୫୦୪ ଭୋଟ ବ୍ୟବଧାନରେ ମୋଦୀ ବାରଣାସୀ ଆସନ ଜିତିଥିଲେ ।

ମଙ୍ଗଳବାର ସକାଳୁ ବାରଣାସୀରେ ପବିତ୍ର ଅଶାଶ୍ୱେମେଧଘାଟରେ ପହଁଚି ପୂଜାପାଠ କରିବା ପରେ କାଶୀର କାଳଭୈରବଙ୍କୁ ଦର୍ଶନ କରିଥିଲେ । ପୂଜାର୍ଚ୍ଚନାଠୁ ନେଇ ନାମାଙ୍କନ ପାଇଁ ସ୍ୱତନ୍ତ୍ର ମୁହୁର୍ତକୁ ବାଛିଥିଲେ ଅଯୋଧ୍ୟାର ପଣ୍ଡିତ ଗଣେଷ ଶାସ୍ତ୍ରୀ । ଯିଏକି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ମୁହୂୁର୍ତ ବାଛିବାରେ ପ୍ରମୁଖ ଭୂମିକା ତୁଳାଇଥିଲେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ପାଇଁ ବାରଣାସୀରେ ବିଜେପିର ହେଭିୱେଟ ନେତାଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।

ବାରଣାସୀରେ ଶକ୍ତି ପ୍ରଦର୍ଶନ କରିଛି ଏନଡିଏମ ମେଂଟ । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସହ କ୍ୟାବିନେଟର ତୁଙ୍ଗ ସଦସ୍ୟଙ୍କ ସମେତ କ୍ୟାବିନେଟର ୩୭ରୁ ଅଧିକ ନେତା ଉପସ୍ଥିତି ଥିଲେ । ଏଥିସହ ୧୨ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବାରଣାସୀ ଆସନରେ ଲଗାତାର ଦୁଇ ଥର ଜିତି ସାରିଛନ୍ତି ମୋଦୀ । ସମାନ ଆସନରେ ପୁଣି କିଭଳି ସରଳ ବିଜୟ ହେବ ଦଳ ଗ୍ରାଉଣ୍ଡ ଜିରୋରୁ ସବୁ ପ୍ରସ୍ତୁତି କରିସାରିଛି । ଯଦି ନଜର ପକାଇବା ପ୍ରଧାନମନ୍ତ୍ରୀଙ୍କ ଗୁଜରାଟରୁ ବାରଣାସୀ ଓ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ଯାତ୍ରା ତେବେ ଏହା ବେଶ ରୋଚକ ଥିଲା

ବାରଣାସୀରେ ମୋଦୀଙ୍କ ସ୍ୱର୍ଣ୍ଣିମ ଯାତ୍ରା
-୨୦୦୧ରେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ
-ନୂଆ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଥିଲା ଭୁକମ୍ପ, ଗୋଧ୍ରା କାଣ୍ଡ ପରି ଘଟଣା ପରି ଅନେକ ଚ୍ୟାଲେଂଜ
-ମାମଲା ରୁଜୁ ପରେ ମୁଖ୍ୟମନ୍ତ୍ରୀ ପଦ ଯିବା ଆଶଙ୍କା ଭିତରେ ମୋଦୀ ଦାୟିତ୍ୱ ସମ୍ଭାଳିଥିଲେ
-ଏହାର ପରର ନିର୍ବାଚନରେ ହାରିବା ବଦଳରେ ଲଗାତାର ୪ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ କରିଥିଲେ
-୨୦୧୪ ଲୋକସଭା ନିର୍ବାଚନରେ ମୋଦୀଙ୍କୁ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା
-ପ୍ରଚଣ୍ଡ ବହୁମତରେ ଜିତ ହାସଲ କରିବାରେ ସଫଳ ହେଲେ

ତେବେ ତୃତୀୟ ଥର ପାଇଁ ବାରାଣାସୀରେ ଲଢୁଛନ୍ତି ମୋଦୀ । ସବୁଠୁ ବଡ କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପାଇଁ ପାଇଁ ଦେଶର କୌଣସି ଭାଗରେ ଆଜି ପ୍ରଥମ ଭାଗରେ ବିଜେପିର ହେଭିୱେଟ ନେତାଙ୍କୁ ପ୍ରଚାର କାର୍ଯ୍ୟକ୍ରମ ରଖାଯାଇନଥିଲା ।