ଟେଲିକମ୍ କମ୍ପାନୀଙ୍କ ବଡ ନିଷ୍ପତ୍ତି । ବନ୍ଦ ହେବ ମୋବାଇଲ ଗ୍ରାହକଙ୍କ‘ଦ୍ୱିତୀୟ ସିମ୍’

7,238

କନକ ବ୍ୟୁରୋ: ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାଙ୍କର ସିମ୍ ବନ୍ଦ ହୋଇଯାଇଛି । ବିଶେଷ କରି ଏହି ସିମ ଗୁଡିକ ହେଉଛି ଦ୍ୱିତୀୟ ସିମ୍ । ମିଳିଥିବା ସୂଚନା ମୁତାବକ, ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲରେ ‘ଦ୍ୱିତୀୟ ସିମ୍’କୁ ଟେଲିକମ୍ ଅପରେଟରମାନେ ବନ୍ଦ କରିଦେଇଛନ୍ତି । ଏତେ ସଂଖ୍ୟାରେ ମୋବଇଲ ସିମ୍ ବନ୍ଦ ହୋଇଯିବା ଏକ ବଡ ଘଟଣା ।

ଏହାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ ଟେଲିକମ୍ କମ୍ବାନୀଗୁଡିକ ଟାରିଫ୍ ମୂଲ୍ୟରେ ବଡ ଧରଣର ବୃଦ୍ଧି ଘଟାଇଛନ୍ତି । ଅନ୍ୟପଟେ ଉପଭୋକ୍ତମାନେ ନିଜଆଡୁ ମୋବାଇଲ ଫୋନ୍ ସିମ୍ ବନ୍ଦ କରିବା ସମ୍ଭବ ନୁର୍ହେଁ । ଅତ୍ୟଧିକ ଟାରିଫ୍ ଯୋଗୁଁ ଗ୍ରାହକ ସବୁ ସିମ୍ ଆକ୍ଟିଭ କରିବାରେ କ୍ଷମତା ପ୍ରକାଶ କରୁଛନ୍ତି । ତେଣୁ ଦ୍ୱିତୀୟ ସିମଟିକୁ ସବୁ ସମୟରେ ଆକ୍ଟିଭ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ହେଲେ ଆଗକୁ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍ ଅପରେଟରଙ୍କ ନଜର ଏବେ ଦ୍ୱିତୀୟ ସିମ ଉପରେ ।

ଟେଲିକମ୍ କମ୍ପାନୀ ଗୁଡିକ ନିଜର ନେଟୱାର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁନାହାଁନ୍ତି । ଫଳରେ ବନ୍ଦ ହେବାକୁ ଯାଉଛି ୭୫ ଲକ୍ଷରୁ ଅଧିକ ଗ୍ରହକଙ୍କ ଦ୍ୱିତୀୟ ସିମ୍ କାର୍ଡ । ତେବେ ରିଚାର୍ଜ ନକଲେ ସିମ୍ ବନ୍ଦ ହୋଇଯିବା ନେଇ ଗ୍ରାହକଙ୍କୁ ଲଗାତାର ମେସେଜ୍ ମିଳୁଛି । ୨୦୧୦ ଠାରୁ ଅନେକ ଗ୍ରାହକ ଏକାଧିକ ସିମ୍ ରଖିବା ଟ୍ରେଣ୍ଡ ହୋଇଥିବାବେଳେ ଏହାକୁ ନେଇ ଏବେ ଟେଲିକମ୍ କମ୍ପାନୀ ଗୁଡିକୁ ବଡ ପଦକ୍ଷେପ ନେଇଛନ୍ତି ।

ଟ୍ରାଇ ରିପୋର୍ଟ ଅନୁସାରେ ଜିଓର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୬.୮ ଲକ୍ଷରୁ ୪୦.୫ କୋଟିରେ ପହଞ୍ଚିଛି । ସେହିପରି ଭାରତୀ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୮.୧ ଲକ୍ଷ ବୃଦ୍ଧି ପାଇଛି । ଫଳରେ ଏହାର ଗ୍ରାହକଙ୍କ ସଂଖ୍ୟା ଏବେ ୩୬ କୋଟିରେ ପହଞ୍ଚିଛି । ଅନ୍ୟପଟେ ବିଏସଏନଏଲ କିନ୍ତୁ ଅନେକ ଗ୍ରାହକଙ୍କୁ ହରାଇଛି । ମୋବାଇଲ ନମ୍ବର ରିଚାର୍ଜ କରୁନଥିବା ବହୁ ସଂଖ୍ୟାରେ ଗ୍ରାହକଙ୍କୁ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱାର୍କରୁ ହଟାଉଛନ୍ତି ।

ର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ୫ଜି ସ୍ପେକ୍ଟମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବରୁ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକର ରିଚାର୍ଜ ଦର କମ ଥିବାରୁ ଗ୍ରାହକ ଏକାଧିକ ସିମ ରଖିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ରିଚାର୍ଜ ଦରରେ ଅହେତୁକ ବୃଦ୍ଧି ହୋଇଛି । ଫଳରେ ଏକାଧିକ ସିମ ରଖିଥିଲେ ବି ଗୋଟିଏ ସିମକୁ ଗ୍ରାହକ ବ୍ୟବହାର କରୁଛନ୍ତି । ଅନ୍ୟ ସିମକୁ ରିଚାର୍ଜ କରିବାକୁ ଇଚ୍ଛା କରୁନାହାଁନ୍ତି । ତଥାପି ଏଥିରେ ସେବା ପାଉଛନ୍ତି । ଏପରି ହେବା ଦ୍ୱାରା କମ୍ପାନୀ ଗୁଡିକ କ୍ଷତି ସହୁଛନ୍ତି । ତେଣୁ ରିଚାର୍ଜ ହେଉନଥିବା ସିମକୁ ଯଥାଶିଘ୍ର ବନ୍ଦ କରିବାକୁ ଟେଲିକମ୍ କମ୍ପାନୀ ଗୁଡିକ ନିଷ୍ପତ୍ତି ନେଇଛନ୍ତି ।