ଅଗ୍ନିପଥ ବିରୋଧୀ ଆନ୍ଦୋଳନ : ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ

85

କନକ ବ୍ୟୁରୋ : ଅଗ୍ନିପଥକୁ ବିରୋଧ କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରତିବାଦ । ଭୀମ ଆର୍ମୀ ଭାରତ ଏକତା ପରିଷଦ ପକ୍ଷରୁ ଆନ୍ଦୋଳନ । ଯେଉଁଭଳି ଭାବେ ଲୋକ ଓ ବିରୋଧୀଙ୍କ ଚାପରେ କଳା କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କଲେ ସେହିଭଳି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଅଗ୍ନିପଥ ଆନ୍ଦୋଳନ ପାଇଁ ଭୁବନେଶ୍ୱରରେ ସତର୍କ ରହିଛି ପୋଲିସ ।

୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥରେ କଡ଼ାପ୍ରହରା ଦେଉଛି ପୋଲିସ । ରେଳ ଷ୍ଟେସନ ଆନ୍ଦୋଳନକାରୀମାନେ ଟାର୍ଗେଟ କରୁଥିବାରୁ କଡ଼ା ନଜର ରଖିଛି ପୋଲିସ । ଯଦି କେହି ଆନ୍ଦୋଳନକାରୀ ଆଇନକୁ ହାତକୁ ନେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରେଳ ଷ୍ଟେସନ୍ରେ ମଧ୍ୟ କଡା ସୁରକ୍ଷା ଗ୍ରହଣ କରାଯାଇଛି ।