ଭୁବନେଶ୍ୱରରୁ ନିଖୋଜ, ଟିଟିଲାଗଡ଼ରୁ ଠାବ: ଚର୍ଚ୍ଚାରେ ଦୁଇ ସ୍କୁଲ ଛାତ୍ରଙ୍କ ଅପହରଣ ଘଟଣା

875

କନକ ବ୍ୟୁରୋ: ରାଜଧାନୀରେ ହଜିଲେ, ଟିଟିଲାଗଡରେ ମିଳିଲେ । ଆଜି ଦିନସାରା ରାଜଧାନୀରେ ୨ ନାବାଳକ ଛାତ୍ର ନିଖୋଜ ହେବା ପରେ ଠାବ ହେବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା । ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଛାତ୍ର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏହାପରେ ଟିଟିଲାଗଡରୁ ଉଭୟ ଠାବ ହୋଇଛନ୍ତି ।

ଦୁଇ ଛାତ୍ରଙ୍କୁ ଅପହରଣ କରାଯାଇଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା । ଏହି ଦୁଇ ଛାତ୍ର ଟିଟିଲାଗଡ଼ରେ ଠାବ ହୋଇଛନ୍ତି । ନିଖୋଜ ହୋଇଥିବା ଏହି ଦୁଇ ଛାତ୍ରଙ୍କ କହିବା ଅନୁସାରେ ସେମାନଙ୍କୁ ବେହୋସ କରି ଭୁବନେଶ୍ୱରରୁ ଅପହରଣ କରାଯାଇଥିଲା ।

ତେବେ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହି ଦୁଇ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଇଁ ପରିବାର ଲୋକ ଏବେ ପିଲାଙ୍କୁ ଆଣିବାକୁ ଟିଟିଲାଗଡ଼ ଯାଇଛନ୍ତି ।

ଟିଟିଲାଗଡ଼ରୁ ଉଦ୍ଧାର ହୋଇଥିବା ଏହି ଦୁଇ ଛାତ୍ର ହେଉଛନ୍ତି ପୃଥ୍ୱିରାଜ ପ୍ରଧାନ ଓ ସୋନୁ କୁମାର । ଭୁବନେଶ୍ୱରର ମର୍ଣ୍ଣଂ ଗ୍ଲୋରି ଇଂଲିଶ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି । ଗତକାଲି ଦୁଇ ଛାତ୍ର ପୃଥ୍ୱିରାଜ ଓ ସୋନୁ ସ୍କୁଲ ଯାଇଥିଲେ । କିନ୍ତୁ ରାତି ହୋଇଗଲା ପଛେ ଘରକୁ ଫେରିନଥିଲେ । ଏହାପରେ ପିଲା ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜି ଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା । ଏହା ପରେ ପରିବାର ଲୋକେ ଚନ୍ଦକା ଥାନାର ଦ୍ୱାରସ୍ତ ହୋଇଥିଲେ । ଏପଟେ ସ୍କୁଲ କର୍ତୃପକ୍ଷ କହୁଛନ୍ତି, ଏହି ଦୁଇ ଛାତ୍ର ସ୍କୁଲ ଆସି ନଥିଲେ । ତେବେ ରାଜଧାନୀ ଛାତି ଉପରୁ ସ୍କୁଲରେ ପାଠପଢ଼ୁଥିବା ପିଲା ଅପହରଣ ହୋଇଥିବା ଅଭିଯୋଗ, ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।