ଶିକ୍ଷକଙ୍କ କ୍ରୁରତା । ଜଣେ ଛାତ୍ରଙ୍କ ବଦଳରେ ଅନ୍ୟଜଣେ ଛାତ୍ର ଉତ୍ତର ଦେବାରୁ ମାଡମାରି ଦାନ୍ତ ଭାଙ୍ଗିଦେଲେ ।

120

କନକ ବ୍ୟୁରୋ: ଦିନକୁ ଦିନ ସାମ୍ନାକୁ ଆସୁଛି ଶିକ୍ଷା କ୍ଷେତ୍ରରେ ଘୋର ଅବହେଳାର ଚିତ୍ର । ଶିକ୍ଷା ପରି ଜ୍ଞାନ ଦେଇ ପିଲାଙ୍କୁ ମଣିଷ କରୁଥିବା ଶିକ୍ଷକ ଯେ ଏତେ ନୃଶଂସ ହୋଇପାରନ୍ତି ତାହାର ଆଉ ଏକ ପ୍ରମାଣ ମିଳିଛି । ରାଜସ୍ଥାନ ଉଦୟପୁରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଜଣେ ଛାତ୍ର ମାଡ ମାରି ଦାନ୍ତ ଭାଙ୍ଗିଦେଇଥିବା ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କଥା ହେଉଛି, ଜାଲୋରରେ ଶିକ୍ଷକଙ୍କ ମାଡରେ ଛାତ୍ରଙ୍କ ମୃତ୍ୟୁ ବିବାଦ ଥମିନଥିବାବେଳେ ରାଜସ୍ଥାନ ଉଦୟପୁରରେ ଜଣେ ଶିକ୍ଷକଙ୍କ କ୍ରୁରତା ଲୋକଙ୍କୁ ବ୍ୟଥିତ କରିଛି । ଏକ ଘରୋଇ ସ୍କୁଲରେ ଘଟିଛି ଏଭଳି ଘଟଣା । କ୍ରୁରତାର ଶିକାର ହୋଇଥିବା ଛାତ୍ରର ଭୁଲ ଏତିକି ଥିଲା ଯେ ସେ ଅନ୍ୟ ଜଣେ ଛାତ୍ରକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଦେଇଥିଲେ । ବାସ୍ ଏତିକିରେ ଶିକ୍ଷକଙ୍କ ମୁଣ୍ଡକୁ ରାଗ ଚଢିଯାଇଥିଲା । ସେ ଛାତ୍ରର ମୁଣ୍ଡକୁ ଡେସ୍କରେ ବାରମ୍ବାର ପିଟିଥିଲେ, ଫଳରେ ଛାତ୍ରର ଦୁଇ ଟି ଦାନ୍ତ ଭାଙ୍ଗିଯିବା ସହ ସେ ଆହତ ହୋଇଥିଲେ ।

ଆହତ ଛାତ୍ରର ଅଭିଭାବକ ଥାନାରେ ଯାଇ ଶିକ୍ଷକଙ୍କ ବିରୋଧରେ ମାମଲା ଦାଏର କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।