ନୂଆ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତ: ଘରୋଇ ବିଦ୍ୟାଳୟଗୁଡିକୁ ଫିସ୍ ସ୍ଥିର କରିବାକୁ ମିଳିପାରେ ପୂର୍ଣ୍ଣ ସ୍ୱାଧିନତା

174

କନକ ବ୍ୟୁରୋ: ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟକୁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ପାଇଁ ଗଠିତ ବିଶେଷଜ୍ଞ ସମିତି ସିଲାବସରେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ସାମିଲ କରିବା ଭଳି ସୁପାରିସକୁ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି । ଏହି ଡ୍ରାଫ୍ଟରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗର ଗଠନ ଏବଂ ଘରୋଇ ସ୍କୁଲ ଦ୍ୱାରା ମନମାନି ତରିକାରେ ଫିସ୍ ବୃଦ୍ଧି କରିବା ନିୟମ ଉପରେ ପ୍ରତିବନ୍ଧକ ଲଗାଯିବା ଭଳି ସୁପାରିସ ସାମିଲ ରହିଛି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାର ଲୋକସଭା ସାଂସଦ ଡା. ରମେଶ ପୋଖରିଆଲଙ୍କୁ ଗତକାଲି ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟର କାର୍ଯ୍ୟଭାର ଦିଆଯାଇଛି ଏବଂ କମିଟି ଦ୍ୱାରା ପ୍ରସ୍ତୁତ ଏହି ଡ୍ରାଫ୍ଟ ତାଙ୍କୁ ଦିଆଯାଇଛି । ତେବେ ପଲିସି ଡ୍ରାଫ୍ଟରେ କୁହାଯାଇଛି କି ଶିକ୍ଷାରେ ଭାରତୀୟ ଯୋଗଦାନ ଏବଂ ଐତିହାସିକ ସନ୍ଦର୍ଭକୁ ପ୍ରାସଙ୍ଗିକ ଦିଆଯିବ, ଯାହାକୁ ସ୍କୁଲ ସିଲାବସ ଏବଂ ଟେକଷ୍ଟରେ ସାମିଲ କରାଯିବ ।
ତେବେ ନୂଆ ପଲିସିର ଡ୍ରାଫ୍ଟରେ ପ୍ରସ୍ତାବ ଦିଆଯାଇଛି କି, ଘରୋଇ ସ୍କୁଲଗୁଡିକୁ ନିଜ ଫିସ ଧାର୍ଯ୍ୟ କରିବା ପାଇଁ ସ୍ୱାଧିନତା ଦିଆଯିବ ସତ ହେଲେ ସେମାନେ ଏହାକୁ ଇଚ୍ଛା ମୁତାବକ ବୃଦ୍ଧି କରିପାରିବେ ନାହିଁ । ସମିତି ପକ୍ଷରୁ ଦାବି କରାଯାଇଛି କି, ଉଭୟ ଶିକ୍ଷା ଏବଂ ପାଠପଢା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟର ନାଁକୁ ବଦଳାଇ ଶିକ୍ଷା ମନ୍ତ୍ରାଳୟ କରାଯିବା ଉଚିତ । ଏଥିସହିତ ହିଁ କୁହାଯାଇଛି କି, ଗଣିତ. ଏଷ୍ଟ୍ରୋନମି, ଫିଲୋସଫି, ମନୋବିଜ୍ଞାନ, ଯୋଗ, ଆର୍କିଟେକ୍ଚର, ଔଷଧୀ ସହିତ ଶାସନ, ଶାସନବିଧି ଏବଂ ସମାଜ ପ୍ରତି ଭାରତର ଯୋଗଦାନକୁ ବି ସାମିଲ କରାଯାଉ ।

ଡ୍ରାଫ୍ଟରେ କୁହାଯାଇଛି କି, ନିୟମିତ ଆଧାର ଉପରେ ଦେଶରେ ଶିକ୍ଷା ଦୃଷ୍ଟିକୋଣକୁ ବିକଷିତ କରିବା, ମୂଲ୍ୟାଙ୍କନ କରିବା ଏବଂ ସଂଶୋଧନ କରିବା ପାଇଁ ଏକ ନୂଆ ଶୀର୍ଷ ସଂସ୍ଥା ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ତଥା ଏନଇସି ଗଠନ କରାଯାଉ । ଏଠାରେ ଆମେ କହି ରଖୁଛୁ କି, ଚଳିତ ଶିକ୍ଷା ନୀତି ୧୯୮୬ରେ ପ୍ରସ୍ତୁତ ହୋଇଥିଲା ଏବଂ ୧୯୯୨ରେ ଏଥିରେ ସଂଶୋଧନ ଅଣାଯାଇଥିଲା । ତେବେ ନୂଆ ଶିକ୍ଷା ନୀତି ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଘୋଷଣାପତ୍ରର ଏକ ଅଂଶ ଥିଲା ।