ରାଜ୍ୟର ନୂଆ ମୁଖ୍ୟ ଶାସନ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା: ଶ୍ରୀମନ୍ଦିର ଯାଇ ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

123

କନକ ବ୍ୟୁରୋ: ଓଡିଶାର ନୂଆ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଆଜି ଓଡିଶା ଫେରିବା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ହସ୍ତାନ୍ତର କରିବା ସହ ପ୍ରଦୀପ ଜେନା ଅବସର ନେଇଛନ୍ତି । ତେବେ ମନୋଜ ଆହୁଜା ଓଡିଆ ହୋଇନଥିବାରୁ ସେ ନେଇ ଆରମ୍ଭ ହୋଇଯାଇଛି, ବିତର୍କ । ବିଜେଡି ସମାଲୋଚନା କରୁଛି । କିନ୍ତୁ ମନୋଜ ଆହୁଜାଙ୍କୁ ନିଯୁକ୍ତି ଦିଆଯିବା ପଛର କଣ ରହିଛି କାରଣ, କେମିତି ଦିଆଗଲା ନିଯୁକ୍ତି ।

ଓଡିଶାର ନବନିଯୁକ୍ତ ମୁଖଶାସନ ଶାସନ ସଚିବ ମନୋଜ ଆହୁଜା, ନୂଆ ଦାୟିତ୍ୱ ନେଇଛନ୍ତି । ଅନ୍ୟପଟେ ବିଦାୟି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଚାକିରିରୁ ଅବସର ନେଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆହୁଜା ଦିଲ୍ଲୀରୁ ଆସିବା ପରେ, ଲୋକସେବା ଭବନରେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କହିଛନ୍ତି ।

ଅଲ୍ ଇଣ୍ଡିଆ ସର୍ଭିସ ରୁଲ କ୍ୟାଡର ନିୟମ ଅନୁସାରେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଦିଆଯାଇଥାଏ । ତେଣୁ ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେଇଥିବା ପ୍ରଦୀପ କୁମାର ଜେନା ୧୯୮୯ ବ୍ୟାଚର ହୋଇଥିବାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ସେ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା । ଚର୍ଚ୍ଚା ହେଉଥିଲା,
– ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା
– ୧୯୮୭ ବ୍ୟାଚର ଆଇଏଏସ ଅଫିସର ତୁହିନ କାନ୍ତେ ପାଣ୍ଡେ
କେନ୍ଦ୍ର ଇନଭେଷ୍ଟମେଂଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଂଟ ବିଭାଗ ସଚିବ
– ୧୯୮୭ ବ୍ୟାଚର ଆଇଏଏସ ଅଫିସର ରାଜେଶ ବର୍ମା
ରାଷ୍ଟ୍ରପତିଙ୍କ ସଚିବ
– ସତ୍ୟବ୍ରତ ସାହୁ, ୧୯୯୧ ବ୍ୟାଚର ଆଇଏଏସ
ଏସଆରସି ଦାୟିତ୍ୱ ତୁଲାଇବା ସହ ରାଜସ୍ୱ ବିଭାଗର ପ୍ରମୁଖ ସଚିବ

ପରବର୍ତି ମୁଖ୍ୟ ଶାସନ ସଚିବ ରେସରେ ଆଗରେ ରହିଥିଲେ । କିନ୍ତୁ ସବୁ ଚର୍ଚ୍ଚା ଭିତରେ, ବରିଷ୍ଠ, ଅଭିଜ୍ଞ ଏବଂ ଦକ୍ଷ ଭାବେ ମନୋଜ ଆହୁଜାଙ୍କ ନାମରେ ମୋହର ମାରିଛନ୍ତି ସରକାର ।
ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । କିନ୍ତୁ ବିଜେପି କ୍ଷମତାକୁ ଆସିବା ପଛରେ ନିର୍ବାଚନରେ ଓଡିଆ ଅସ୍ମିତା ଗୋଟିଏ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ ହରିୟାଣାର ମୂଳ ବାସିନ୍ଦା ହୋଇଥିବାରୁ ମନୋଜଙ୍କ ନିଯୁକ୍ତି କରାଯିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।