ରାସ୍ତା ଉପରେ ଏକାକୀ ଛାତ୍ରୀଙ୍କୁ ଦେଖି ଅସଦାଚରଣ: ଟ୍ୟୁସନ ସାରି ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଅସଦାଚରଣ କଲେ ଏସୟୁଭି କାରରେ ଆସିଥିବା ଯୁବ

164

କନକ ବ୍ୟୁରୋ: ଘରୁ ବାହାରକୁ ବାହାରୁଥିଲେ ସାବଧାନ୍ । କାରଣ ରାସ୍ତାରେ ବୁଲୁଛନ୍ତି ଅମାନବୀୟ ଲୋକ । ଏସୟୁଭି କାରରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ମହିଳା ତଥା ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କୁ ବି ଛାଡ଼ୁନାହାନ୍ତି ଏମାନେ । ରାସ୍ତା ଉପରେ ଏକାକି ଦେଖିଲେ ମାନବୀକତା ହରାଇ ଅସଦାଚରଣ କରୁଛନ୍ତି ଦୁର୍ବୃତ । ବଡଗଡ଼ ଥାନା ଅଧିନ ରତ୍ନାକର ବାଗ ଅଂଚଳରେ ଅଭଦ୍ରାମି କରୁଥିବା ସମୟରେ ଦୁର୍ବୃତଙ୍କୁ ଚିହ୍ନଟ କରାଯାଇଛି । ଯୁବତୀଙ୍କ ବଡଗଡ଼ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଟ୍ୟୁସନରୁ ଫେରିବା ସମୟରେ ଏହି ଘଟଣା ସମ୍ନାକୁ ଆସିଛି । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଦୁର୍ବୃତ ମାନେ ଏସୟୁୂଭି କାରରେ ଆସି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳର ଫୁଟେଜକୁ ପୋଲିସ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ସରୋଜ କୁମାର ସ୍ୱାଇଁ ବୋଲି ଜଣାପଡ଼ିଛି ।