‘ମୁଁ ନ୍ୟାୟ ପାଇବା ଯାଏଁ ପ୍ରତି ସପ୍ତାହରେ ନିଜର ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବି’ : ପୁଲିସର ନିଷ୍କ୍ରିୟତା ବିରୋଧରେ ବ୍ୟକ୍ତିଙ୍କ କଠୋର ନିଷ୍ପତ୍ତି

494

କନକ ବ୍ୟୁରୋ: ଭାଇ, ଭାଉଜଙ୍କ ମୃତ୍ୟୁ ସାଧାରଣ ନୁହେଁ ବରଂ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତା ଯାଇଥିଲା । ସବୁ ଜାଣି ମଧ୍ୟ ପୁଲିସ ନୀରବ । ତେଣୁ ପୁଲିସର ଏହି ନୀରବତା ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସତାରା ଜିଲ୍ଲାର ଧନଞ୍ଜୟ ନାନାୱାରେ । ଭାଇ . ଭାଉଜଙ୍କୁ ନ୍ୟାୟ ନମିଳିବା ଯାଏଁ ପ୍ରତି ସପ୍ତାହରେ ନିଜ ଦେହରୁ ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବେ । ଏହା କହି ପୁଲିସ ଆଗରେ ନିଜର ଆଙ୍ଗୁଠି କାଟିଦେଇଛନ୍ତି ଧନଞ୍ଜୟ । ଏବେ ଏହି ଘଯଣା ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଧନଞ୍ଜୟଙ୍କ ୪୫ ବର୍ଷିୟ ଭାଇ ନନ୍ଦକୁମାର ନାନାୱାରେ ଓ ୪୪ ବର୍ଷୀୟ ଭାଉଜ ଉର୍ମିଳା ଅଗଷ୍ଟ ୧ ତାରିଖରେ ଉହ୍ଲାସନଗର ଅନ୍ତର୍ଗତ ଆଲଶେପଡ଼ାସ୍ଥିତ ବଙ୍ଗଳା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେମାନଙ୍କର ୧୯ ଓ ୧୪ ବର୍ଷ ବୟସର ୨ଟି ସନ୍ତାନ ଅଛନ୍ତି। ସୁସାଇଡ୍‌ ନୋଟ୍‌ ଓ ସେମାନଙ୍କ ଫୋନରୁ ଉଦ୍ଧାର କରାଯାଇଥିବା ଭିଡିଓରେ ସେମାନେ କେଉଁମାନଙ୍କ ଯୋଗୁଁ ଏଭଳି ଚରମ ନିଷ୍ପତ୍ତି ନେଲେ ଜଣାଇଛନ୍ତି। ବିଠଲବାଡ଼ି ପୁଲିସ ଏହି ଘଟଣାରେ ୮ଜଣ ବ୍ୟକ୍ତିଙ୍କ ନାମରେ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିବା ଅଭିଯୋଗ ଦାଏର କରିଛି କିନ୍ତୁ, କୌଣସି ତଦନ୍ତ ଆରମ୍ଭ କରିନାହିଁ। ସେବେଠାରୁ ଅଭିଯୁକ୍ତମାନେ ବି ଆଗୁଆ ଜାମିନ ପାଇଁ ଆବେଦନ କରିସାରିଛନ୍ତି।

ସମ୍ପୃକ୍ତ ୮ ଜଣ ବ୍ୟକ୍ତି ଭାଇ ଭାଉଜଙ୍କୁ ସବୁବେଳେ ହଇରାଣ କରୁଥିଲେ ବୋଲି ଦୁହେଁ ଭିଡିଓରେ କହିଛନ୍ତି। କିନ୍ତୁ, ଏହାର କୌଣସି କାରଣ ଦର୍ଶାଇ ନାହାନ୍ତି। କିନ୍ତୁ, ଏହି ମାମଲାରେ ଜଣେ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଧନଞ୍ଜୟ ନାନାୱାରେ ।