ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା ମହାରାଷ୍ଟ ମନ୍ତ୍ରୀମଣ୍ଡଳ । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ

228

କନକ ବ୍ୟୁରୋ : ମହାରାଷ୍ଟ୍ର ମନ୍ତ୍ରୀମନ୍ତ୍ରଣ୍ଡର ସଂପ୍ରସାରଣ । ମନ୍ତ୍ରୀମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ଏନସିପିର ବିଦ୍ରୋହୀ ଅଜିତ୍ ପାୱାରଙ୍କ ଗୋଷ୍ଠୀ, ଶିବସେନା ଓ ବିଜେପି ସରକାରରେ ମିଶିବା ପରେ ଶୁକ୍ରବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି । ମହାରାଷ୍ଟ୍ର କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ୍ ପାୱାରଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ମିଳିଛି । କ୍ୟାବିନେଟରେ ସାମିଲ ହୋଇଥିବା ବାକି ୮ ଏନସିପିି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି । ଅଜିତଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳ ଖାଦ୍ୟ ଯୋଗାଣ ଏବଂ ଖାଉଟି ସୁରକ୍ଷା ବିଭାଗ ମିଳିଛି । ମହାରାଷ୍ଟ୍ର ସରକାରର ମୋଟ ୨୯ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ଏନସିପି ମନ୍ତ୍ରୀ ଅଛନ୍ତି । ହେଲେ ମହାରାଷ୍ଟ୍ରର ତିନି ପ୍ରମୁଖ ଦଳ ଶିବସେନା, ଏନସିପି, ବିଜେପିକୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳରେ ସବୁ ଦଳ ସନ୍ତୁଷ୍ଟ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିଜେପିର ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବିରୋଧୀ ଦଳ ନେତା ଆମ୍ବାଦାସ ଧାନେ କହିଛନ୍ତି । ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମନ୍ତ୍ରୀମଣ୍ଡଳରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ ତିନି ଦଳ ମଧ୍ୟରେ ଭାଗବଣ୍ଟା ଛିଡିନଥିବା ନେଇ ଚର୍ଚ୍ଚା ହେଉଥିଲା । ଯଦି ବାସ୍ତବରେ କୌଣସି ଦଳ ସନ୍ତୁଷ୍ଟ ନଥାନ୍ତି ଭବିଷ୍ୟତରେ ପୁଣି କ୍ୟାବିନେଟ ସମ୍ପ୍ରସାରଣ ହେବାର ଆଶଙ୍କା ମଧ୍ୟ ରହିଛି । ସେପେଟ ଭାଗବଣ୍ଟାକୁ ନେଇ ଏନସିପି ଅବା ଶିବସେନା ମଧ୍ୟରୁ ଅସନ୍ତୁଷ୍ଟ ଦଳ ସରକାରରୁ ଓହରି ଯିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।