ବିବାହ ପରେ ଚୋରା ପୀରତିରୁ ବିଭତ୍ସ ହତ୍ୟାକାଣ୍ଡ । ପ୍ରେମିକ ପ୍ରେମିକାକୁ ଆଜୀବନ କାରାଦଣ୍ଡ ।

136

କନକ ବ୍ୟୁରୋ: ବିବାହ ପରେ ଚୋରା ପୀରତିରୁ ବିଭତ୍ସ ହତ୍ୟାକାଣ୍ଡ । ପ୍ରେମିକ ପ୍ରେମିକାକୁ ଆଜୀବନ କାରାଦଣ୍ଡ । ସ୍ତ୍ରୀ ଓ ପ୍ରେମିକା ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ମାମଲାର ରାୟ ଆସିଛି । ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ ୨୦୧୩ ମସିହାର ଏହି ହାଇପ୍ରୋଫାଇଲ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ଦୋଷୀ ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ଦେଇଛନ୍ତି ଜିଲ୍ଲା ଦୌରାଜଜ ।

ଏହାଛଡା ମୃତ ଗତିକୃଷ୍ଣ ପୁରୋହିତଙ୍କ ଏକମାତ୍ର ନାବାଳିକା ଝିଅର ଲାଲନ ପାଳନ ଓ ପାଠପଢା ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ ମସିହାରେ ସୁନ୍ଦରଗଡ ଟାଉନ ବ୍ରାହ୍ମଣପଡାର ଗତିକୃଷ୍ଣ ପୁରୋହିତଙ୍କୁ ତାଙ୍କ ସ୍ତ୍ରୀ ସୀତୁ ପଣ୍ଡା ଓ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ହତ୍ୟା କରିଥିଲେ । ପୋଲିସ ଆଖିରେ ଧୂଳି ଦେବାକୁ ହତ୍ୟା ପରେ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଛତିଶଗଡର ପଞ୍ଚପଡା ନିକଟ ଜଙ୍ଗଲରେ ଫୋପାଡି ଦେଇଥିଲେ ମୃତଦେହ । ପ୍ରଥମେ ଛତିଶଗଡ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ସୁନ୍ଦରଗଡ ଟାଉନ ଥାନାକୁ ହସ୍ତାନ୍ତର କରିଥିଲା ମାମଲା । ଅନେକ ଦିନ ଅଭି ଯୁକ୍ତ ଧରାନପଡିବାରୁ ସ୍ତ୍ରୀ ସୀତୁ ପଣ୍ଡା ଟାଉନ ଥାନା ଆଗରେ ଧାରଣା ଦେଇଥିଲେ । ଛାନଭିନ୍ କରିବା ପରେ ଘଟଣାର ପର୍ଦ୍ଦାଫାସ କରି ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରିଥିଲା ସୁନ୍ଦରଗଡ ଟାଉନ ଥାନା ପୋଲିସ ।