କଚେରୀ ଛକରେ ଆନ୍ଦୋଳନରତ ଓକିଲ ଓ ପୋଲିସ ମୁହାଁମୁହିଁ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ପୋଲିସ

75

କନକ ବ୍ୟୁରୋ : ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା । କଚେରୀ ଛକରେ ଆନ୍ଦୋଳନରତ ଓକିଲ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ଓକିଲମାନେ ଆନ୍ଦୋଳନ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ପୋଲିସ । ଆନ୍ଦୋଳନରୁ ଓହରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଓକିଲ ସଂଘର ପୂର୍ବ ବୈଠକ ନିଷ୍ପତ୍ତି ଅନୁସାରେ କୌଣସି ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଗଲେ ସଂଘର ସମସ୍ତ ସଦସ୍ୟ ଲାଇସେନ୍ସ ସରଣ୍ଡର କରିବାକୁ ଚେତାବନୀ‌ ଦିଆଯାଇଥିଲା । ଏପଟେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଗତ ବୈଠକରେ ମଧ୍ୟ ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ଯଦି, ପଶ୍ଚିମ ଓଡ଼ିଶାର ଜନଦାବିକୁ ଦମନ କରିବା ପାଇଁ ଓକିଲ ସଂଘର କୌଣସି ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ, ପଶ୍ଚିମ ଓଡ଼ିଶାର ସବୁ ଓକିଲ ସେମାନଙ୍କ ଓକିଲାତି ଲାଇସେନ୍ସ ସରଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା ।