ଖତ ଖାଉଛି ସିଟି ବସ୍ ଓ ଲକ୍ଷ୍ଜୀ ବସ । ଲାଗୁନି ସାଧାରଣ ଲୋକଙ୍କ କାମରେ । ରାସ୍ତା କଡରେ ପଡି ପଡି ନଷ୍ଟ ହେଉଛି ଲକ୍ଷ୍ମୀ ବସ୍

162

କନକ ବ୍ୟୁରୋ: ଗାଁଠୁ ସହରରରୁ ନେଇ ଅପହଞ୍ଚ ଇଲାକାରେ ଲୋକଙ୍କ ସୁବିଧା ନେଇ ଗଡୁଥିଲା ଲକ୍ଷ୍ମୀବସ୍ । ତା ସାଙ୍ଗକୁ ଲୋକଙ୍କ ସବୁଧା ପାଇଁ ସିଟି ବସ୍ ସେବା ବି ରହିଥିଲା । କୋରାପୁଟ ଜିଲ୍ଲାରେ ସମସ୍ତ ସୁବିଧା ଦିଆଯାଇଥିଲା । ହେଲେ ଏହି ବସ୍ ଯେତିକି ଗଡିଲା ସେତିକି ଝୁଣ୍ଟିଲା । ଏବେ ସବୁ ବସ୍ ରାସ୍ତାକଡରେ ପଡି ଖତ ଖାଇବାରେ ଲାଗିଛି । ରାସ୍ତାକଡରେ ଧାଡି ଧାଡି ହୋଇ ବସ୍ ସବୁ ରଖାଯାଇଛି । ଜୟପୁରରେ ୨୦ଟି ସିଟି ବସ୍ ଆସିଥିଲା । ଆଉ ପରେ ଆସିଥିଲା ଲକ୍ଷ୍ମୀ ବସ୍ । ହେଲେ ତାହା ଲୋକଙ୍କ କାମରେ ଆସିବ କ‘ଣ । ରାସ୍ତାକଡରେ ଅକାମୀ ହୋଇ ପଡି ଖତ ଖାଉଛି ।

  • କାମରେ ଆଉ ଆସୁନି ସିଟି ବସ୍ କି ଲକ୍ଷ୍ମୀ ବସ୍
  • ବସଷ୍ଟାଣ୍ଡରେ ପଡି ଖତ ଖାଉଛି ଲକ୍ଷ୍ମୀ ବସ୍
  • ରାସ୍ତାକଡରେ ପଡି ନଷ୍ଟ ହୋଇଗଲାଣି ଲକ୍ଷ୍ମୀ ବସ୍

କୋରାପୁଟ ଜିଲ୍ଲାକୁ ମଧ୍ୟ ୬୧ଟି ଲକ୍ଷ୍ମୀ ବସ୍ ଆସିଥିଲା । ହେଲେ ତାହା ବି ଅକାମି ହୋଇ ପଡି ରହିଛି । ତେବେ ଏହି ବସ୍ ଗୁଡିକର ଦାୟିତ୍ବ ବାହାର ଠିକାଦାରଙ୍କୁ ଦିଆନଯାଇ ଘରୋଇ ବସ୍ ମାଲିକଙ୍କୁ ଦିଆଯିବାକୁ ପୂର୍ବରୁ କୁହାଯାଇଥିଲା । ଆଉ ଏବେ ମଧ୍ୟ ସମୟ ଅଛି ଖୁବଶୀଘ୍ର ଘରୋଇ ବସ୍ ମାଲିକଙ୍କୁ ଦାୟିତ୍ବ ଦିଆଗଲେ ବସ୍ ଗୁଡିକ ଲୋକଙ୍କ କାମରେ ଆସି ପାରିବ। ତେବେ ରାସ୍ତାକଡରେ ହେଉ କି ବସଷ୍ଟାଣ୍ଡରେ ଅଦରକାରୀ ହୋଇ ପଡିରହିଥିବା ସିଟି ବସ୍ ଓ ଲକ୍ଷ୍ମୀ ବସ୍ ଗୁଡିକର ଥଇଥାନ କରାଯାଇପାରିଲେ ତାହା ଲୋକଙ୍କ କାମରେ ଆସିପାରିବ ।