ଦାନ୍ତ ଅସ୍ତ୍ରୋପଚାର ପଡିଲା ମହଙ୍ଗା । ବଦଳିଗଲା କନ୍ନଡ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ମୁହଁ

606

କନକ ବ୍ୟୁରୋ : ନିଜ ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଅଭିନେତ୍ରୀମାନେ ଅନେକ ସମୟରେ ଚେହେରାକୁ ଆହୁରି ସୁନ୍ଦର କରିବା ଲକ୍ଷ୍ୟରେ ମୃତ୍ୟୁକୁ ଆପଣାଇଥାନ୍ତି । ପୁଣି ବେଳେବେଳ ସୈାନ୍ଦର୍ଯ୍ୟକୁ ଅଧିକ ବଢ଼ାଇବା ଫଳରେ ବିଭିନ୍ନ ସର୍ଜରୀ କରିଥାନ୍ତି । ଯାହା ବେଳେବେଳେ ଭୁଲ ରୁପ ନେଇଥାଏ । ଠିକ ସେହିପରି ହୋଇଛି କନ୍ନଡ଼ ଅଭିନେତ୍ରୀ ସ୍ୱାଥୀ ସତିଶଙ୍କ କ୍ଷେତ୍ରରେ ।

ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୁଟ କେନାଲ ସର୍ଜରୀ କରିଥିଲେ । ହେଲେ ଆହୁରି ସୁନ୍ଦର ହେବା ବଦଳରେ ସ୍ୱାଥୀଙ୍କ ମୁହଁ ବିକୃତ ହୋଇ ପଡ଼ିଛି । ସର୍ଜରୀର ସାଇଟ ଇଫେକ୍ଟ ଯାହା ଚାରିଦିନ ପରେ ଭଲ ହୋଇଯିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ । ହେଲେ ପ୍ରାୟ ୨୦ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୁହଁରେ କୈାଣସି ସୁଧାର ଆସି ନାହିଁ । ଅଧିକରୁ ଅଧିକ ବିକୃତି ଦିଶୁଛି କନ୍ନଡ଼ ଅଭିନେତ୍ରୀ ସ୍ୱାଥୀ ସତିଶଙ୍କ ମୁହଁ ।