କନକ ନ୍ୟୁଜର ରିୟଲିଟି ଚେକ୍, ସାଧୁଙ୍କୁ ଜଣାନାହିଁ ସାଧାରଣ ମନ୍ତ୍ର  । ନାଗା ସାଧୁ ବେଶରେ ଲୁଟପାଟ ଅଭିଯୋଗ । ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।

408

କନକ ବ୍ୟୁରୋ: ରାଜଧାନୀରେ  ଆତ୍ମଘୋଷିତ ନାଗା ବାବା ଚଳାଇଛନ୍ତି କାରନାମା । ମନ୍ତ୍ର ତନ୍ତ୍ର ନ ଜାଣି ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି । ଆଜି କନକ ନ୍ୟୁଜ କ୍ୟାମେରାରେ ଏଭଳି କିଛି ଦୃଶ୍ୟ କଏଦ ହୋଇଛି । ଆତ୍ମଘୋଷିତ ବାବାଙ୍କୁ ଶିବତାଣ୍ଡବ କିଏ ଲେଖିଥିଲେ ବୋଲି ପଚାରିବାରୁ, ଏହାକୁ ଏଡାଇବାକୁ ଉଦ୍ୟମ କରିଛନ୍ତି ସଂପୃକ୍ତ ବାବା । ତେବେ ୟୁପିରୁ ଆସିଥିବା ଏହି ନାଗାସାଧୁ ପୁରୀ ନ ଯାଇ ଭୁବନେଶ୍ୱରରେ କଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି । ୫ ବାବାଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

  • ରିପୋର୍ଟରଙ୍କ ପ୍ରଶ୍ନ – ଶିବ ତାଣ୍ଡବ  କିଏ ଲେଖିଥିଲେ?
  • ନାଗାଙ୍କ ଉତ୍ତର-ଶିବ ଲେଖିଥିଲେ ଶିବ ତାଣ୍ଡବ, ଇଏ ହେଉଛନ୍ତି ମହାକାଳ? 
  • ରିପୋର୍ଟରଙ୍କ ପ୍ରଶ୍ନ-ମହାମୃତ୍ୟୁଞ୍ଜୟ ମନ୍ତ୍ର କ’ଣ ଆପଣ ଜାଣିଛନ୍ତି କିି?
  • ମହାମୃତ୍ୟୁଞ୍ଜୟ ମନ୍ତ୍ର ଗାଇ ଶୁଣାଇବେ କି?
  • ନାଗାଙ୍କ ଉତ୍ତର-କିଛି ନାହିଁ, ଆପଣ ଶାନ୍ତିରେ ବସିଯାଆନ୍ତୁ?

ମୁଣ୍ଡରେ ଜଟ, ଦେହରେ ବିଭୂତି , ହାତରେ ବଙ୍କୁଲିବାଡି ସହ ଦେହରେ ଗେରୁଆ ବସ୍ତ୍ର ।  ଯିଏ କେହି ବି ଏମାନଙ୍କୁ ଦେଖିଲେ କହିଦେବ ଏମାନେ ହେଉଛନ୍ତି ସାଧୁ , ଧାର୍ମିକ ଏବଂ ନାଗାବାବା । ପ୍ରତିଦିନ କେହି ନା କେହି ଏମାନଙ୍କୁ ଦେଖୁଥିବେ, ଦାନ-ଦକ୍ଷିଣା ଦେଉଥିବେ ଆଉ ସାଧୁ ଭାବି ଘରକୁ ଡାକି ଭୋଜନ ବି କରାଉଥିବେ ।  କିନ୍ତୁ  ଏମାନଙ୍କ ପ୍ରକୃତ ପରିଚୟ କଣ  ଓ ଏମାନେ କିଏ ତାହା ଜାଣିବା ପାଇଁ ଚେଷ୍ଟା କରିନଥିବେ  । କେମିତି ଜାଣିବେ ଏହି ବାବା ବେଶରେ ଥିବା ଲୋକଙ୍କ ଅସଲ ପରିଚୟ କଣ ?

ପରିସ୍ଥିତିକୁ କିଭଳି ସମ୍ଭାଳି ନିଜ ଆୟତକୁ ନେଇ ହେବ , ତାହା ଏମାନଙ୍କୁ ବେଶ ଭଲ ଭାବରେ ଜଣା । ରିପୋର୍ଟରଙ୍କ ପ୍ରଶ୍ନ ଶୁଣି ଉତ୍ତର ଜାଣିନଥିବା ସାଧୁମାନେ ହଡବଡେଇ ଯାଇଥିଲେ । ଯେଉଁ ପ୍ରଶ୍ନର ଉତ୍ତର ଜଣେ ଛୋଟ ପିଲାର ମୁହଁରେ ଥିବ, ସେହି ପ୍ରଶ୍ନର ଉତର ଜାଣିନାହାଁନ୍ତି ଏହି ଆତ୍ମଘୋଷିତ ବାବା । କିନ୍ତୁ ସାଧାରଣ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ କହି ବିଶ୍ୱାସଘାତ କରୁଥିବା ଅଭିଯୋଗରେ ଏହି ୫ ବାବାଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ଏମିତି ସାଧୁ ବେଶରେ ଆସି ମନ୍ତ୍ର ତନ୍ତ୍ର ପୂଜା ନାଁରେ ନନ୍ଦନକାନନ ଥାନା ଅଧିନ ରଘୁନାଥପୁରର ପ୍ରାଣକୃଷ୍ଣ ପଢିହାରୀଙ୍କ ଘରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଥିଲେ  ୬ ସାଧୁବେଶୀ ଲୁଟେରା ।