ଭୁବନେଶ୍ୱରରେ ପହଂଚିଲା କଳ୍ପନା ଦାଶଙ୍କ ମରଶରୀର : ଦିଲ୍ଲୀରୁ ବିମାନ ଯୋଗେ ଆସିଲା ମୃତଦେହ,କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ ପରେ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

234

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଂଚିଲା ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର । ଆଜି ସକାଳ ପ୍ରାୟ ୯ ଟା ୩୦ରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା । ଦିଲ୍ଲୀରୁ ବିମାନଯୋଗ ଭୁବନେଶ୍ୱରରେ ପହଂଚିଛି କଳ୍ପନାଙ୍କ ମୃତଦେହ । ବିମାନ ବନ୍ଦରରୁ କଳ୍ପନାଙ୍କ ମରଶରୀର ଏକ ସ୍ୱତନ୍ତ୍ର ଗାଡ଼ିରେ କଳିଙ୍ଗ ଷ୍ଟାଡିୟମ୍କୁ ନିଆଯାଉଛି । ସେଠି ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଶନିବାର ବିମାନ ମିସ୍ ହେବା କାରଣରୁ କଳ୍ପନାଙ୍କ ମରଶରୀର ଆସିପାରିନଥିଲା ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, କ୍ରୀଡ଼ା ସଚିବଙ୍କ ସମେତ ବହୁ ଆଥଲେଟ୍ ମଧ୍ୟ କଳ୍ପନାଙ୍କ ଶେଷ ଦର୍ଶନ କରିବେ । ଏହାପରେ ତାଙ୍କର ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନିଆଯିବ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ ସେ ଏଭରେଷ୍ଟ ଶିଖରରେ ଫେରିବା ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମର ଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଜରିଆରେ ଅଣାଯାଇଥିଲା । କାଣମାଣ୍ଡୁରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିଲା । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର କାମ ସରିବା ପରେ ଏହାକୁ ଶନିବାର ଦିଲ୍ଲୀ ଅଣାଯାଇଥିଲା ।