କଲରାପତରିଆ ବାଘ ଶିକାର କରି କାଢ଼ିନେଲେ ନଖ ଓ ଛାଲ: କନ୍ଧମାଳ ରାଇକିଆ ବନାଞ୍ଚଳ ବାରବା ଅଞ୍ଚଳରେ ବାଘ ଶିକାର କରି ୧୧ ଗିରଫ

224

କନକ ବ୍ୟୁରୋ: କଲରାପତରିଆ ବାଘ ଶିକାର କରି ବାଘ ଦେହରୁ ନଖ ଓ ଛାଲ କାଢ଼ିନେଲେ ଦୁର୍ବୃତ । କନ୍ଧମାଳ ରାଇକିଆ ବନାଂଚଳ ବାରବା ଅଂଚଳରେ ବାଘ ଶିକାର କରି ୧୧ ଗିରଫ ହୋଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ଫୁଲବାଣୀ ଡିଏଫଓ । ଗିରଫ ହୋଇଥିବା ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଏନେଇ ରାଇକିଆ ବନାଂଚଳ କାର୍ଯ୍ୟାଳୟ ପରିସରରେ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଫୁଲବାଣୀ ଡିଏଫଓ । ସୂଚନା ଅନୁସାରେ ଗତ ୩ତାରିଖରେ ରାଇକିଆ ବନାଂଚଳ ଅନ୍ତର୍ଗତ କରାଡ଼ା ରେଂଜ ବାଦଗଡ଼ଅଂଚଳରେ ଏକ ଚିତା ବାଘ ହତ୍ୟା କରାଯାଇଥିବା ଖବର ପାଇଥିଲା ବନବିଭାଗ । ଏହି ଘଟଣାର ତଦନ୍ତ କରି ରାଇକିଆ ରେଂଜର ଓ ଫୁଲବାଣୀ ଡିଏଫଓ ୧୧ ଜଣଙ୍କୁ ଗିରଫ କରିଛନ୍ତି ।