ନାବାଳକକୁ ନିର୍ଯାତନା ଅଭିଯୋଗ ଘଟଣା : ବଦଳିଲେ ସଦର ଥାନା ଆଇଆଇସି ଜ୍ୟୋସ୍ନାରାଣୀ ବେହେରା

92

କନକ ବ୍ୟୁରୋ : ସମ୍ବଲପୁର ସଦର ଥାନାରେ ନାବାଳକକୁ ନିର୍ଯାତନା ଅଭିଯୋଗ ଘଟଣା । ବଦଳିଲେ ସଦର ଥାନା ଆଇଆଇସି ଜ୍ୟୋସ୍ନାରାଣୀ ବେହେରା । ତଦନ୍ତରେ ବାଧା ସୃଷ୍ଟି ପାଇଁ ତାଙ୍କୁ ବଦଳି କରାଯାଇଛି । ଏବେ ଘଟଣାର ତଦନ୍ତ ଅତିରିକ୍ତ ଏସପି କରୁଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ସଦର ଥାନା ପୁଲିସ ନାବାଳ​କଙ୍କୁ ଉଠାଇଥିବା ବେଳେ ମଙ୍ଗଳବାର ଚାଇଲ୍‌ଡ ଲାଇନ୍‌ ମାଧ୍ୟମରେ ସିଡବ୍ଲୁସିରେ ହାଜର କରିଥିଲା । ସିଡିବ୍ଲୁସିରେ ହାଜର ବେଳେ ନାବାଳକଙ୍କ ଶରୀରରେ ମାଡ଼ ମରାଯାଇଥିବାର ଦାଗ ରହିଥିଲା । ଏହାପରେ ତାଙ୍କୁ ସିଡବ୍ଲୁସିରେ ପଚରା ଉଚରା କରିବା ବେଳେ ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କହିଥିଲା । ମୋବାଇଲ୍‌ ଚୋରି କରିଥିବା କହି ଚସମା ପିନ୍ଧା ମହିଳା ପୁଲିସ ମାଡ଼ ମାରିଥିବା ନାବାଳକ ଜଣକ ବୟାନ ରେକର୍ଡ ବେଳେ କହିଥିବା ଜଣାପଡ଼ିଛି ।