ଜଗତସିଂହପୁର ଢିଙ୍କିଆରେ ଥମୁନି ଉତେଜନା: ପାନ ବରଜ ଭଙ୍ଗାକୁ ବିରୋଧ କରି ଗ୍ରାମବାସୀଙ୍କ ଶୋଭାଯାତ୍ରା

77

କନକ ବ୍ୟୁରୋ: ଜଗତସିଂହପୁର ଢିଙ୍କିଆରେ ପୁଣି ଉତେଜନା । ପାନ ବରଜ ଭଙ୍ଗା ଓ ନିଜ ଗାଁକୁ ରକ୍ଷା କରିବା ପାଇଁ ଶୋଭାଯାତ୍ରା କରିଛନ୍ତି ଗ୍ରାମବାସୀ । ଦଳ ଦଳ ହୋଇ ଗାଁ ଲୋକ ଠେଙ୍ଗା ବାଡି ଧରି ଗାଁ ପରିକ୍ରମା କରିଛନ୍ତି । ଏହାପରେ ବୋସ୍ କାଲିସ୍ ପଏଂଟ ଠାରୁ ଜେଏସଡବ୍ଲୁର ଅସ୍ଥାୟୀ କ୍ୟାମ୍ପ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି । ଆନ୍ୟପଟେ ଆଉ କିଛି ଲୋକେ ଅତିରିକ୍ତ ଏସପି ଓ ଏରସମା ତହସିଲଦାରଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି । ଢଙ୍କିଆରେ ଉତେଜନାମୂଳକ ପରିସ୍ଥିତି ଲାଗି ରହିଛି । ତେଣୁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।