ଡିିଏନ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରା ଉଚରା । ୪ ଦିନ ହେଲା ଡିଏନ ଗ୍ରୁପର ବିଭିନ୍ନ ଠିକଣାରେ ଚଢ଼ାଉ ଜାରି

278

କନକ ବ୍ୟୁରୋ: ଡିଏନ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି । ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ୪ ଦିନ ଧରି ଡିଏନ ଗ୍ରୁପର ବିଭିନ୍ନ ଠିକଣାରେ ଚଢ଼ାଉ କରି ଆୟକର ବିଭାଗ କୋଟି କୋଟି ଟଙ୍କା ଜବତ କରିଛି । ଏଥିସହ ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ ।